ଓପିଟିସିଏଲ ପକ୍ଷରୁ ମେଧାବୀଙ୍କୁ ମାଗଣା ମେଡିକାଲ କୋଚିଂ

ଓପିଟିସିଏଲ ପକ୍ଷରୁ ମେଧାବୀଙ୍କୁ ମାଗଣା ମେଡିକାଲ କୋଚିଂ

ଭୁବନେଶ୍ୱର: ଶକ୍ତି ବିଭାଗ ଅଧୀନ ସମସ୍ତ ସରକାରୀ ଉଦ୍ୟୋଗ ସେମାନଙ୍କ ସାମାଜିକ ଉତ୍ତରଦାୟିତ୍ୱ ପାଳନ ମାଧ୍ୟମରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିନା ଦେୟରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା(ଏନଇଇଟି) ପାଇଁ ଆବାସିକ କୋଚିଂ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ମାଧ୍ୟମରେ ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଚୟନ ହୋଇଥିବା ୫୦ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଏକ ସ୍ୱାଗତ ସମ୍ବର୍ଧନା କାର୍ଯ୍ୟକ୍ରମ ଚନ୍ଦକାସ୍ଥିତ ଓପିଟିସିଏଲ ପାଓ୍ଵାର ଟ୍ରେନିଂ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଯୋଗ ଦେଇ କହିଥିଲେ, ରାଜ୍ୟରେ ବର୍ଦ୍ଧିଷ୍ଣୁ ମେଡିକାଲ କଲେଜକୁ ଦୃଷ୍ଟିରେ ରଖି ଏପରି ଆର୍ଥିକ ଭାବେ ଦୁର୍ବଳ ଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ପଢ଼ିବାର ସୁଯୋଗ ମିଳିଲେ, ତାହା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବାରେ ସହାୟକ ହୋଇପାରିବ। ସମ୍ମାନିତ ଅତିଥି ଭାବେ ଶକ୍ତି ସଚିବ ହେମନ୍ତ ଶର୍ମା ଯୋଗଦେଇ ଏହି ପ୍ରକଳ୍ପ ପାଇଁ ସହାୟତାର ହାତ ବଢ଼ାଇଥିବା ଶକ୍ତି ବିଭାଗ ଅଧୀନ ସମସ୍ତ ସରକାରୀ ଉଦ୍ୟୋଗମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଗତବର୍ଷ ପ୍ରଥମ ବ୍ୟାଚ୍‌ରେ ସଫଳତା ହାସଲ କରି ସରକାରୀ ମେଡିକାଲ କଲେଜରେ ସ୍ଥାନ ପାଇଥିବା ୪ଜଣ ଛାତ୍ର ଏବଂ ୨ଜଣ ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଏହି ପ୍ରକଳ୍ପରେ ଭାଗୀଦାରି ଥିବା ଶକ୍ତି କ୍ଷେତ୍ରରେ କାମ କରୁଥିବା ସରକାରୀ ଉଦ୍ୟୋଗମାନେ ହେଲେ, ଗ୍ରିଡ୍‌କୋ, ଓଚ୍‌ପିସି, ଓପିଜିସି, ଜେଡ୍‌କୋଲ, ଓପିଟିସିଏଲ, ସାଉଥକୋ, ନେସ୍କୋ, େଓ୍ଵସ୍କୋ, ସେସୁ ଏବଂ ମୁଖ୍ୟ ତଦାରଖକାରୀ ସଂସ୍ଥା ଭାବେ ଓପିଟିସିଏଲ ଦାୟିତ୍ୱ ବହନ କରୁଛି। ଓପିଟିସିଏଲ ମାନବ ସମ୍ବଳ ନିର୍ଦେଶକ ରାଜେନ୍ଦ୍ର ସେନାପତି ନିଜ ସ୍ୱାଗତ ଅଭିଭାଷଣରେ ଏହି ପ୍ରକଳ୍ପର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe