ରାଜ୍ୟରେ ନିଯୁକ୍ତ ହେବେ ୧୪୮ ନୂଆ ଦାନ୍ତ ଡାକ୍ତର

Advertisment

୨୬ତମ ଓରାଲ ଓ ମ୍ୟାକ୍ସିଲୋଫେସିଆଲ ପାଥୋଲୋଜିଷ୍ଟ ସମ୍ମିଳନୀ

୨୬ତମ ଓରାଲ ଓ ମ୍ୟାକ୍ସିଲୋଫେସିଆଲ ପାଥୋଲୋଜିଷ୍ଟ ସମ୍ମିଳନୀ

ରାଜ୍ୟରେ ନିଯୁକ୍ତ ହେବେ ୧୪୮ ନୂଆ ଦାନ୍ତ ଡାକ୍ତର

ଭୁବନେଶ୍ୱର : ରାଜ୍ୟରେ ଯେତିକି ସଂଖ୍ୟକ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି, ତହିଁରେ ମୁଖଗହ୍ଵର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ତେଣୁ ମୁଖଗହ୍ଵର କର୍କଟ ରୋଗୀଙ୍କ ସ୍କ୍ରିନିଂ ଓ ଚିକିତ୍ସା ଦାନ୍ତ ଡାକ୍ତରଙ୍କ ନିକଟରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏହାସହ ମାକ୍ସିଲୋଫେସିଆଲ ପାଥୋଲୋଜିଷ୍ଟଙ୍କର ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟରେ ଦାନ୍ତ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ନିକଟରେ ୧୫୨ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଆହୁରି ୧୪୮ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ହୋଟେଲ ମେ’ ଫେୟାରରେ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ ଓରାଲ ଓ ମାକ୍ସିଲୋଫେସିଆଲ ଫାଥୋଲୋଜିଷ୍ଟଙ୍କ ୨୬ତମ ଜାତୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି। ସେ ଆହୁରି କହିଲେ, ସିଏଚ୍‌ସିସ୍ତରରେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି। ଦାନ୍ତ ଡାକ୍ତର ଓ ମାକ୍ସିଲୋଫେସିଆ ପାଥୋଲୋଜିଷ୍ଟଙ୍କ ଜରିଆରେ ମୁଖଗହ୍ଵର କର୍କଟ ରୋଗର ସ୍କ୍ରିନିଂ ଓ ଚିକିତ୍ସା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ଶ୍ରୀ ଜେନା କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ ସାଇନ୍‌ସର ନିର୍ଦେଶକ ଡା. ଅଜୟ କୁମାର ପରିଡ଼ା, ଆଇଏଓଏମ୍‌ପିର ସଭାପତି ପ୍ରଫେସର୍‌ ଜୟଗୋପାଳ ରୟ, ସଂପାଦକ ପ୍ରଫେସର ଚୈତନ୍ୟ ବାବୁ, ସାଙ୍ଗଠନିକ ଅଧ୍ୟକ୍ଷ ପ୍ରଫେସର ବି.କେ ଦାସ, ପ୍ରଫେସର୍‌ ରୁଚି ଭୂୟାଁ ଓ ପ୍ରଫେସର ଶାଳିନୀ ଚନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe