ଯାତ୍ରୀ ସେବାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ

Advertisment

ଭୁବନେଶ୍ବର ରେଳ ଷ୍ଟେସନ ନିରୀକ୍ଷଣ କଲେ ମହାପ୍ରବନ୍ଧକ

ଭୁବନେଶ୍ବର ରେଳ ଷ୍ଟେସନ ନିରୀକ୍ଷଣ କଲେ ମହାପ୍ରବନ୍ଧକ

ଯାତ୍ରୀ ସେବାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ

ଭୁବ‌ନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି ଭୁବନେଶ୍ୱର ରେଳ ଷ୍ଟେସନର ନିରୀକ୍ଷଣ କରିଛନ୍ତି। ରେଳ ଷ୍ଟେସନର ବିସ୍ତୃତ ଚଳପ୍ରଚଳ ସ୍ଥାନ, ଟିକେଟ ସଂରକ୍ଷଣ କେନ୍ଦ୍ର, ଷ୍ଟେସନ ଓ ପ୍ଲାଟଫର୍ମରେ ଉପଲବ୍ଧ ବିଭିନ୍ନ ଯାତ୍ରୀ ସୁବିଧାଗୁଡ଼ିକର ଯାଞ୍ଚ କରିଛନ୍ତି। ମହାପ୍ରବନ୍ଧକ ପ୍ରସ୍ତାବିତ ନୂତନ ଷ୍ଟେସନ୍ ବିଲ୍ଡିଂର ଡିଜାଇନର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ। ନିରୀକ୍ଷଣ ସମୟରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ମୌଳିକ ସୁବିଧା ତଥା ଆବଶ୍ୟକତାଗୁଡ଼ିକ ଯେପରି ସହାୟକ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ଧ୍ୟାନ ଦେବାକୁ କହିଥିଲେ।

ଯାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ ସ୍ଥାନ, କନକୋର୍ସ, ପ୍ଲାଟଫର୍ମ, ଆଲୋକୀକରଣ, ଯାତ୍ରୀ ପ୍ରତୀକ୍ଷା କକ୍ଷ, ଶୌଚଳାୟ, ଏସ୍କାଲେଟର, ଲିଫ୍ଟ ଆଦିର ଉପଲବ୍ଧି ଉପରେ ପ୍ରଥମିକତା ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ସେହିପରି ଭୁବନେଶ୍ୱରରୁ ତାଳଚେରକୁ(ଭାୟା ଅନୁଗୁଳ) ଦେଇ ୱିଣ୍ଡୋ ଟ୍ରେଲିଂ ନିରୀକ୍ଷଣ କରିବା ସହ ତାଲଚେର ଅଞ୍ଚଳରେ ଥିବା ବିଭିନ୍ନ ସାଇଡିଙ୍ଗର ମଧ୍ୟ ନିରୀକ୍ଷଣ କରିଥିଲେ। ଯାଞ୍ଚ ସମୟରେ ସେ ବିଭିନ୍ନ ଜନ ସଙ୍ଗଠନ ଦ୍ୱାରା ଦିଆଯାଇଥିବା ସ୍ମାରକପତ୍ର ଗ୍ରହଣ କରିଥିଲେ। ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି। ଏହି ନିରୀକ୍ଷଣ ସମୟରେ ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟଙ୍କ ସମେତ ମୁଖ୍ୟାଳୟ ଓ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe