ସମ୍ ହସ୍ପିଟାଲ୍‌ରେ ଯୁବକଙ୍କ ଅଙ୍ଗଦାନ

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବରଦା ଗାଁର ୪୩ ବର୍ଷୀୟ ବବଲୁ ଧଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କର ପରିବାର ଲୋକେ ସମ୍‌ ହସପିଟାଲରେ ତାଙ୍କର ଅଙ୍ଗଦାନ କରିଛନ୍ତି।

dgjdgjdgjgj

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବରଦା ଗାଁର ୪୩ ବର୍ଷୀୟ ବବଲୁ ଧଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କର ପରିବାର ଲୋକେ ସମ୍‌ ହସପିଟାଲରେ ତାଙ୍କର ଅଙ୍ଗଦାନ କରିଛନ୍ତି। ବବଲୁ ଗତ ୧୮ ତାରିଖ ଦିନ କଟକ ଟାଙ୍ଗୀ ନିକଟରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କର ବୃକକ୍ ଓ ଯକୃତ ଦାନ କରି ଅନ୍ୟ ତିନି ଜଣଙ୍କ ମୁହଁରେ ହସ ଫୁଟାଇଛନ୍ତି। ରାସ୍ତା ଦୁର୍ଘଟଣାର ଶିକାର ହୋଇଥିବା ବବଲୁଙ୍କୁ ପ୍ରଥମେ କଟକ ଏସ୍‌ସିବି ମେଡିକାଲ ଓ ପରେ ଭୁବନେଶ୍ୱର ଆଇଏମ୍‌ଏସ୍‌ ଆଣ୍ଡ ସମ୍ ହସ୍ପିଟାଲରେ ସେପ୍ଟେମ୍ବର ୨୦ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ବବଲୁଙ୍କୁ ଗତ ୨୨ ତାରିଖ ଦିନ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। 

ପରେ ବବଲୁଙ୍କ ପରିବାର ତାଙ୍କ ଅଙ୍ଗଦାନ କରିବାର ନିଷ୍ପତ୍ତି ନେଇଥିଲେ। ଏ ନେଇ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ସୋଟୋ) ଓ ସମ୍ ହସ୍ପିଟାଲ୍‌ର ମିଳିତ ଉଦ୍ୟମରେ ଅଙ୍ଗଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବବଲୁଙ୍କ ଦୁଇଟି ବୃକକ୍‌ ମଧ୍ୟରୁ ଗୋଟିଏ କଟକ ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟଟି ଏମ୍ସକୁ ପଠାଇଯାଇଥିବା ବେଳେ ଯକୃତଟିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଗ୍ରିନ୍ କରିଡର୍‌ ପ୍ରସ୍ତୁତ କରି ପଠାଯାଇଥିଲା। ସମ୍‌ ହସ୍ପିଟାଲ୍‌ରେ ଏହା ପଞ୍ଚମ ଅଙ୍ଗଦାନ ପ୍ରକ୍ରିୟା ବୋଲି ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି। ବୁଧବାର ସମ୍‌ ହସ୍ପିଟାଲ୍ ପରିସରରେ ବବଲୁଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଣ୍ଟ, ପ୍ରଫେସର ଡିଜିଏମ୍ ଅପରେସନ୍ସ ପୁଷ୍ପାଞ୍ଜଳି ରାଉତ, ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟ କାବେରୀ ରାଣୀ ସାହୁ ଓ ତାଙ୍କ ଟିମ୍‌, ଜୁନିୟର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେଟର୍‌ ସାଗର ପାଇକରାୟ, ସରୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe