ଓଡ଼ିଶା ସାହିତ୍ୟ ଏକାଡେମିର ସ୍ବରଚିତ କବିତା ପାଠୋତ୍ସବ: ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ କବିତା ପାଠୋତ୍ସବ

Advertisment
ଓଡ଼ିଶା ସାହିତ୍ୟ ଏକାଡେମିର ସ୍ବରଚିତ କବିତା ପାଠୋତ୍ସବ: ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ କବିତା ପାଠୋତ୍ସବ

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ସ୍ବରଚିତ ଦେଶାତ୍ମବୋଧକ କବିତାପାଠ କାର୍ଯ୍ୟକ୍ରମ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି। ଏକାଡେମିର ସଭାପତି ଡ. ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ପର୍ଶୁରାମ ଦ୍ବିବେଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏକାଡେମିର କାର୍ଯ୍ୟକାରୀ ପରିଷଦ ସଭ୍ୟ ଡ. ନୃସିଂହ ଚରଣ ଷଡ଼ଙ୍ଗୀ। ଏକାଡେମିର ସଭ୍ୟ ଡ. ବିବେକାନନ୍ଦ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏକାଡେମିର ସହ-ସଚିବ ପ୍ରଦୀପ କୁମାର ମିଶ୍ର। କାର୍ଯ୍ୟକ୍ରମରେ ସୂର୍ଯ୍ୟ ମିଶ୍ର, ଡ. ପ୍ରସନ୍ନ ମହାନ୍ତି, ରକ୍ଷକ ନାୟକ, ଡ. ନୃସିଂହ ଷଡ଼ଙ୍ଗୀ, ଦେବେନ୍ଦ୍ର ନାଥ ଦାଶ, ଡ. ଶକୁନ୍ତଳା ବଳିୟାର ସିଂହ, ଡ. ମଙ୍ଗଳା ପ୍ରସାଦ ମହାନ୍ତି, ସୁଚେତା ରାଉତ, ଡ. ରମେଶ ପାଣି, ରାଜକିଶୋର ଦାଶ, ସଂଜୟ ମହାନ୍ତି, ଭିକାରୀ ଧଳ ଓ ବିପିନ ବିହାରୀ ମହାନ୍ତି ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। କବିତା ପାଠୋତ୍ସବକୁ ଡ. ଦେବାଶିଷ ମହାପାତ୍ର ପରିଚାଳନା କରିଥିଲେ। ସଙ୍ଗୀତ ନାଟକ ଏକାଡେମିର ଉପସଭାପତି ମନ୍ମଥ କୁମାର ଶତପଥୀ ଓ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରଫେସର ଜଗନ୍ନାଥ କୁଅଁର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଏକାଡେମିର ଉପବିଭାଗ ଅଧିକାରୀ ରଞ୍ଜନ କୁମାର ଛୁଆଳସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ସ୍ବାଧୀନତା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ‘ଆଜାଦି କା ଅମୃତ ମହୋତ୍ସବ’ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟର ୫ଟି ଜିଲ୍ଲା ବାଲେଶ୍ବର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କୋରାପୁଟର ୨୫ଟି ସ୍ଥାନରେ ଏକ ସମୟରେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇଛି। ଏହିପରି ଉତ୍ସବ ଭୁବନେଶ୍ବର ସମେତ ଜଟଣୀ ଓ ବାଣପୁରରେ ମଧ୍ୟ ଆୟୋଜନ କରାଯାଇଥିବା ଏକାଡେମି ତରଫରୁ ସୂଚନା ମିଳିଛି।

ଚନ୍ଦ୍ରଶେଖରପୁର: ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଆଜି ପଟିଆ କାନନବିହାର ଫେଜ-୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ପରିପ୍ରେକ୍ଷୀରେ ଦେଶାତ୍ମକବୋଧ କବିତା ପାଠ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡ. ଦିଗରାଜ ବ୍ରହ୍ମା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଫିଲ୍ମ ସେନସର୍ ବୋର୍ଡର ଅବସରପ୍ରାପ୍ତ ଓଡ଼ିଶା ଆଞ୍ଚଳିକ ମୁଖ୍ୟ ଗୋପାଳକୃଷ୍ଣ ମହାପାତ୍ର ଓ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ପ୍ରଦୀପ କୁମାର ପାଣି। ‌୨୦ରୁ ଅଧିକ କବି ତଥା ସାହିତ୍ୟିକ ଉତ୍ସବରେ ଯୋଗଦେଇ କବିତା ପାଠ କରିଥିଲେ। ଶେଷରେ ସମସ୍ତ କବିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସମ୍ମାନିତ କରାଯାଇଥିଲା। ସାହିତ୍ୟିକା ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe