ଓଡ଼ିଶା କର ଏବଂ ହିସାବ ସେବାସଂଘର ସାଧାରଣ ଅଧିବେଶନ

Advertisment

ଜ୍ୟୋତିରଞ୍ଜନ ସଭାପତି, ଅନୟ ପତି ସାଧାରଣ ସମ୍ପାଦକ ନିର୍ବାଚିତ

ଜ୍ୟୋତିରଞ୍ଜନ ସଭାପତି, ଅନୟ ପତି ସାଧାରଣ ସମ୍ପାଦକ ନିର୍ବାଚିତ

ଓଡ଼ିଶା କର ଏବଂ ହିସାବ ସେବାସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା କର ଏବଂ ହିସାବ ସେବାସଂଘର ଚତୁର୍ଥ ସାଧାରଣ ଅଧିବେଶନ ଇଡ୍‌କଲ ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବ୍ଲକସ୍ତରରେ କାର୍ଯ୍ୟ କରୁଥିବା ଉକ୍ତ କ୍ୟାଡର୍‌ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ। ସଂଘର ଉପସଭାପତି ରଘୁନାଥ ସ୍ଵାଇଁଙ୍କ ପୌରୋହିତ୍ୟ‌‌‌ରେ ଅନୁଷ୍ଠିତ ସଭାରେ କ୍ୟାଡର୍ ପୁନର୍ଗଠନ ଏବଂ ପଦୋନ୍ନତି ସହ ଅନ୍ୟାନ୍ୟ ସେବା ଆଦି ପ୍ରସଙ୍ଗରେ ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା।

ଏହି ଅବସରରେ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜ୍ୟୋତିରଞ୍ଜନ ଜେନା ସଭାପତି, ନବକୁମାର କଟକିଆ ଏବଂ ରଘୁନାଥ ସ୍ୱାଇଁ ଯୁଗ୍ମ ଉପସଭାପତି, ଅନୟ କୁମାର ପତି ସାଧାରଣ ସମ୍ପାଦକ, ରଣଜିତ ସ୍ବାଇଁ ଏବଂ ଅଭିଜିତ ସ୍ଵାଇଁ ଯୁଗ୍ମ ସମ୍ପାଦକ, ପ୍ରଶାନ୍ତ ଦାସ କୋଷାଧ୍ୟକ୍ଷ ଏବଂ ସୁବ୍ରତ କୁମାର ସ୍ବାଇଁ ହିସାବ ରକ୍ଷକ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe