ଭୁବନେଶ୍ବର: ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍ଏସ୍ସି) ପକ୍ଷରୁ ପ୍ରକାଶ ପାଇଥିବା କମ୍ବାଇନ୍ ଗ୍ରାଜୁଏଟ୍ ଲେଭେଲ୍(ସିଜିଏଲ୍) ସ୍ପେସାଲିଷ୍ଟ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଥିଲା। କିନ୍ତୁ ଏବେ ଯାଏ ଏହାର ପ୍ରିଲିମିନାରି ପରୀକ୍ଷା ହୋଇ ପାରି ନଥିବାରୁ, ଏହାକୁ ନେଇ ଆଶାୟୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ଓଏସ୍ଏସ୍ସି କାର୍ଯ୍ୟାଳୟ ଘେରଉ କରିଥିଲେ। ଆଶାୟୀମାନେ କହିଥିଲେ ଯେ ଗତବର୍ଷ ସିଜିଏଲ୍ ଓ କମ୍ବାଇନ୍ ହାୟର୍ ସେକେଣ୍ଡାରି ଲେଭେଲ୍ (ସିଏଚ୍ଏସ୍ଏଲ୍) ଏକାଠି ବାହାରିଥିଲା। କିନ୍ତୁ ସିଏଚ୍ଏସ୍ଏଲ୍ ନିଯୁକ୍ତି ପ୍ରକ୍ରିୟା ସରି ମେରିଟ୍ ଲିଷ୍ଟ ବାହାରି ସାରିଥିଲେ ବି ଏବେ ଯାଏଁ ସିଜିଏଲ୍ର ପ୍ରିଲିମିନାରି ପରୀକ୍ଷା ହୋଇପାରି ନାହିଁ। ପ୍ରଥମେ ଏପ୍ରିଲ୍ ୪ ପରେ ଏପ୍ରିଲ୍ ୧୩ ତାରିଖକୁ ଘୁଞ୍ଚିଥିଲା। କିନ୍ତୁ ସ୍ପେଶାଲିଷ୍ଟ୍ ପୋଷ୍ଟ୍ ପାଇଁ ଅନ୍ୟ ବିଭାଗର ପିଲା ଆବେଦନ କରିଥିବାରୁ ପରୀକ୍ଷା ସ୍ଥଗିତ ହୋଇଥିଲା। ପରେ ଆବେଦନକାରୀଙ୍କ ସର୍ଟଲିଷ୍ଟ୍ କରାଯାଇ ସେପ୍ଟେମ୍ବର ୨୩ରେ ପରୀକ୍ଷା ତାରିଖ ଘୋଷଣା କରାଯାଇଥିଲା। ଏଥିପାଇଁ ଆଡମିଟ୍ କାର୍ଡ ମଧ୍ୟ ପ୍ରକାଶିତ ହୋଇସାରିଥିଲା। କିନ୍ତୁ ଯେଉଁମାନଙ୍କର ନାଁ ନଥିଲା ସେମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଫଳରେ କୋର୍ଟ ପ୍ରିଲିମିନାରି ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ଏହା ପରଠାରୁ ଏହା ଲିଷ୍ଟିଂ ହେଉନାହିଁ। ଫଳରେ କେବେ ପୁଣି ପରୀକ୍ଷା ହେବ ଆଶାୟୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ତେଣୁ ନ୍ୟାୟିକ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଯଥାଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଆଶାୟୀମାନେ ଦାବି କରିଛନ୍ତି। ଆଜିର ଏହି ଘେରଉ କାର୍ଯ୍ୟକ୍ରମରେ ଦୀପକ ଡାକୁଆଙ୍କ ନେତୃତ୍ବରେ ବହୁ ଆଶାୟୀ ଯୋଗ ଦେଇଥିଲେ।
OSSC office is closed: ଓଏସ୍ଏସ୍ସି କାର୍ଯ୍ୟାଳୟ ଘେରିଲେ ଆଶାୟୀ
Advertisment
Follow Us