ଭୁବନେଶ୍ବର: ସ୍ବେଚ୍ଛାସେବୀ ସଂସ୍ଥା ଓମେନ୍ ଅର୍ଗାନାଇଜେସନ୍ ଫର୍ ସୋସିଆଲ୍ ୱେଲ୍ଫେୟାର୍ (ୱସ୍ବ)ର ୨୩ତମ ପ୍ରତିଷ୍ଠା ଦିବସ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଂଗଠନର ସମାଜ ଉପଯୋଗୀ କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ କବୟିତ୍ରୀ ନିହାରିକା ପଟ୍ଟନାୟକ, ସାମ୍ବାଦିକା ଅର୍ଚନା ଶତପଥୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ହୃଷୀକେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ କୁନିକୁନି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ୱସ୍ବର ସମ୍ପାଦିକା ଜ୍ୟୋତ୍ସ୍ନା ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ସଚ୍ଚିକାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ୱସ୍ବର ସଦସ୍ୟ ସି.ଆର୍ ପଟ୍ଟନାୟକ, ଇତିଶ୍ରୀ ଦୀକ୍ଷିତ, ମହେଶ ପ୍ରସାଦ ଦାସ, ମମତା ମହାନ୍ତି, ପ୍ରଣତି ଦାସ, ଧୀରେନ୍ଦ୍ର ମହାପାତ୍ର, ଉପାସନା ରାଓ, ଯନ୍ତ୍ରଣା ପରୀକ୍ଷିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us