ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ମେ’ମାସରେ ୟୁରୋପ ଟୁର୍ର ଆୟୋଜନ କରୁଛି। ଏଥିପାଇଁ ଏକ ୭ ଦିନିଆ ଟୁର୍ ପ୍ୟାକେଜ୍ ପ୍ରସ୍ତୁତ ହୋଇଛି। ହି ୬ ରାତି ଓ ୭ ଦିନ ବିଶିଷ୍ଟ ଟୁର୍ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଫ୍ରାନ୍ସ, ସ୍ବିଜରଲାଣ୍ଡ, ଲିକ୍ଟେନଷ୍ଟେନ, ଅଷ୍ଟ୍ରିଆ, ଜର୍ମାନି ଭ୍ରମଣ କରିବାର ସୁଯୋଗ ମିଳିବ। ପର୍ଯ୍ୟଟକମାନେ ଏହା ମଧ୍ୟରେ ଏଫିଲ ଟାୱାର, ଗ୍ଲାସିୟର ୩ ହଜାର, ଡିସ୍ନି ଲାଣ୍ଡ, କ୍ରିଷ୍ଟାଲ ୱାର୍ଲଡ, ଭଳି ଜାଗା ମଧ୍ୟ ବୁଲିବାର ସୁଯୋଗ ମିଳିବ। ମେ ମାସ ୨୦ରୁ ଆରମ୍ଭ ହୋଇ ଏହା ୨୭ ତାରିଖରେ ଶେଷ ହେବ। ଏହା ମଧ୍ୟରେ ଭାରତୀୟ ଖାଦ୍ୟରେ ଆପ୍ୟାୟିତ ହେବାର ସୁଯୋଗ ମିଳିବ। ଏହା ମଧ୍ୟରେ ଓରିଏଣ୍ଟେସନ ଟୁର୍ର ମଜା ନେବେ ପର୍ଯ୍ୟଟକ। ଏଥିପାଇଁ ଟୁର୍ ଦର ଜଣ ପିଚ୍ଛା ୧ଲକ୍ଷ ୨୫ହଜାର ୪୫୦ ଟଙ୍କା ରହିଥିବା ବେଳେ ପିଲାମାନଙ୍କ ପାଇଁ ଦର ୧ଲକ୍ଷ ୧୫ ହଜାର ୩୮ ଟଙ୍କା ରହିଛି। ଏହି ରହଣି କାଳରେ ପର୍ଯ୍ୟଟକମାନେ ପ୍ୟାରିସର ହୋଟେଲ ନୋଭୋଟେଲ, ଜେନେଭାର ହୋଟେଲ ସ୍ବିସ ଜେନେଭା, ଇନ୍ସବର୍କଠାରେ ହୋଟେଲ ଅଲିମ୍ପିୟାରେ ରହିବାର ସୁଯୋଗ ମିଳିବ। ଟ୍ରାଭେଲ ବୀମା କରାଯିବ। ବିଭିନ୍ନ ପର୍ଯ୍ୟଟନସ୍ଥଳ ବୁଲିବାର ସୁଯୋଗ ମିଳିବ। ପର୍ଯ୍ୟଟନସ୍ଥଳ ସମ୍ବନ୍ଧରେ ବୁଝାଇବା ପାଇଁ ସାଙ୍ଗରେ ଜଣେ ଟୁର୍ ମ୍ୟାନେଜରଙ୍କୁ ରଖାଯିବ। ବୁକିଂ ପାଇଁ ପ୍ରଥମ ଦଫାରେ ୫୦ ପ୍ରତିଶତ ଅର୍ଥ ପଇଠ କରିବାକୁ ପଡ଼ିବ। ନିକଟରେ ଓଟିଡିସି ପକ୍ଷରୁ ‘ଗୋ ଗ୍ଲୋବାଲ’ ଟୁରର ଶୁଭାରମ୍ଭ ହୋଇଥିବା ବେଳେ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇେଣ୍ଡାନେସିଆ ଓ ଦୁବାଇ ଭଳି ସ୍ଥାନକୁ ଟୁର୍ ଆରମ୍ଭ କରିଛି।
ଓଟିଡିସି ଆରମ୍ଭ କରିବ ୟୁରୋପ ଟୁର୍
Advertisment
Follow Us