Careers360
ଭୁବନେଶ୍ବର: ଓୟୁଏଟି ଇଞ୍ଜିନିୟରିଂ କଲେଜର ବାର୍ଷିକୋତ୍ସବ ଏଗ୍ରିଜିୟମ-୨୦୨୨ ଅନୁଷ୍ଠିତ ହୋଇଛି। ଏଥିରେ ବିହାର ପୁଷାସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଡ. ପ୍ରଫୁଲ୍ଲ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃଷି ଯାନ୍ତ୍ରୀକରଣ, ଫସଲ ସଂରକ୍ଷଣ, ଖାଦ୍ୟ ପ୍ରକ୍ରିୟାକରଣ ପ୍ରମୁଖ ବିଜ୍ଞାନ ପ୍ରଣାଳୀ ସମ୍ପର୍କରେ ପରାମର୍ଶ ଦେଇଥିଲେ।
ଡିନ୍ ସଞ୍ଜୟ ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ବରଞ୍ଜନ ମୁଖ୍ୟବକ୍ତା ଥିଲେ। ଛାତ୍ର ସଂସଦ ଉପଦେଷ୍ଟା ଜଗଦୀଶ ପାଲ ସ୍ବାଗତ ଭାଷଣ, ଛାତ୍ର ସଂସଦ ସଭାପତି ବିବେକ ପାଣିଗ୍ରାହୀ କଲେଜ ସମସ୍ୟା ଉପସ୍ଥାପନ, ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଲକ୍ଷ୍ମଣ ବାବୁ, ବୈଜ୍ଞାନିକ ଦେବପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ଦିନ ଧରି ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ବିଦ୍ୟାର୍ଥୀ ସାମିଲ ହୋଇଥିଲେ।
Follow Us