ଓୟୁଏଟି ଜମି ଅନ୍ୟ ସଂସ୍ଥାକୁ ନ ଦେବା ଦାବି, ରାଜ୍ୟପାଳଙ୍କୁ ଭେଟି‌ଲା ଓୟୁଏଟି ଆଲୁମିନି ଆସୋସିଏସନ

ଓୟୁଏଟି ଷ୍ଟୁଡେଣ୍ଟସ୍ ୱେଲଫେୟାର ଡିନ୍ ନିଯୁକ୍ତି ପ୍ରସଙ୍ଗ: ପୂର୍ବ ଚୟନ ପ୍ରକ୍ରିୟା ବାତିଲ ନିଷ୍ପତ୍ତି ରଦ୍ଦ

youtube.com

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ଶିକ୍ଷା ଓ ଗବେଷଣା ଯୋଗ୍ୟ ଜମିକୁ ରାଜ୍ୟ ସରକାର ଅନ୍ୟ ସଙ୍ଗଠନକୁ ହସ୍ତାନ୍ତର ନ କରିବାକୁ ଓୟୁଏଟି ଆଲୁମିନି ଆସୋସିଏସନ୍‌ର ସଭାପତି ପ୍ରଫେସର ବାସୁଦେବ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ନିକଟରେ ଦାବି କରିଛନ୍ତି। ରାଜ୍ୟର କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ପନିପରିବା ଓ ଅନ୍ୟାନ୍ୟ କୃଷି ଆନୁସଙ୍ଗିକ ବିକାଶ‌ରେ ଓୟୁଏଟିର ଅବଦାନ ବିଷୟରେ ଅବଗତ କରିଥିଲେ। ଏହି ବିଶ୍ବବିଦ୍ୟାଳୟକୁ ସର୍ବୋଚ୍ଚ ସ୍ଥାନରେ ରଖିବାକୁ ‌ହେଲେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରିବାକୁ ଆଲୁମିନି ଆସୋସିଏସନ୍‌ର ପ୍ରତିନିଧି ମଣ୍ଡଳୀ କୁଳାଧିପତି ପ୍ରଫେସର ଲାଲ୍‌ଙ୍କୁ ଅନୁରୋଧ କରିଥିଲେ। ପ୍ରତିନିଧି ମଣ୍ଡଳୀରେ ଆସୋସିଏସନର ଉପସଭାପତି ପ୍ରଫେସର ବିଜୟ କୁମାର ମହାନ୍ତି, ଓୟୁଏଟି ଶିକ୍ଷକ ସଂଘର ପୂର୍ବତନ ସଭାପତି ପ୍ରଫେସର ସରୋଜ କୁମାର ମହାନ୍ତି, ଓୟୁଏଟି ବରିଷ୍ଠ ବୈଜ୍ଞାନିକ ସଂଘର ସମ୍ପାଦକ ପ୍ରଫେସର ରବି ନାରାୟଣ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ଦାବି ବିଷୟରେ ଅନୁଧ୍ୟାନ କରିବେ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ଆସୋସିଏସନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe