ଓୟୁଏଟିରେ ୨୨ ବିଭାଗ ହେବ ପ୍ରଫେସର ଶୂନ୍ୟ: କୃଷି ବିଭାଗର ନିରବତା ନେଇ ପ୍ରଶ୍ନ

Advertisment

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ମହାବିଦ୍ୟାଳୟର ୨୨ଟି ବିଭାଗ ପ୍ରଫେସର ଶୂନ୍ୟ ହେବାକୁ ଯାଉଛି। କୃଷି ମହାବିଦ୍ୟାଳୟର ସିଡ୍‌ ଟେକ୍ନୋଲୋଜି, ସମ୍ପ୍ରସାରଣ, ପରିସଂଖ୍ୟାନ, ନେମାଟୋଲୋଜି....

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ମହାବିଦ୍ୟାଳୟର ୨୨ଟି ବିଭାଗ ପ୍ରଫେସର ଶୂନ୍ୟ ହେବାକୁ ଯାଉଛି। କୃଷି ମହାବିଦ୍ୟାଳୟର ସିଡ୍‌ ଟେକ୍ନୋଲୋଜି, ସମ୍ପ୍ରସାରଣ, ପରିସଂଖ୍ୟାନ, ନେମାଟୋଲୋଜି....

ouat1

ଖଣ୍ଡଗିରି: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ମହାବିଦ୍ୟାଳୟର ୨୨ଟି ବିଭାଗ ପ୍ରଫେସର ଶୂନ୍ୟ ହେବାକୁ ଯାଉଛି। କୃଷି ମହାବିଦ୍ୟାଳୟର ସିଡ୍‌ ଟେକ୍ନୋଲୋଜି, ସମ୍ପ୍ରସାରଣ, ପରିସଂଖ୍ୟାନ, ନେମାଟୋଲୋଜି, ମନୋବିଜ୍ଞାନ, ବାୟୋ-ଟେକ୍ନୋଲୋଜି, ପାଥୋଲୋଜି, ପ୍ଲାଣ୍ଟ ବ୍ରିଡିଂ, ଫ୍ରୁଟ୍‌ ସାଇନ୍ସ ଆଣ୍ଡ୍‌ ମେଟ୍ରୋଲୋଜି ବିଭାଗ ପ୍ରଫେସରମାନେ ଅବସର ଗ୍ରହଣ କରିବେ। ସେହିପରି ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ସମ୍ପ୍ରସାରଣ, ମାଇକ୍ରୋ-ବାୟୋଲୋଜି, ଲାଇଭ୍‌ଷ୍ଟକ୍‌ ପ୍ରଡକ୍ଟ ଟେକ୍ନୋଲୋଜି, ଭେଟେରିନାରି ପବ୍ଲିକ ହେଲଥ୍‌, ପୋଲଟ୍ରି ସାଇନ୍ସ, ଆନିମଲ ରିପ୍ରଡକ୍‌ସନ୍‌ ଗାଇନୋକୋଲୋଜି, ସର୍ଜରି, ବାୟୋକେମିଷ୍ଟ୍ରି ଓ ନ୍ୟୁଟ୍ରିସନ, କୃଷି ଯାନ୍ତ୍ରିକ ମହାବିଦ୍ୟାଳୟର ଫାର୍ମ ମେସିନାରି ଆଣ୍ଡ ପାୱାର ଇଞ୍ଜିନିୟରିଂ ଏବଂ ଏଗ୍ରିକଲଚର ପ୍ରଡକ୍‌ସନ୍‌ ଆଣ୍ଡ ଫାର୍ମ ଇଞ୍ଜିନିୟରିଂ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଆକ୍ବାଟିକ୍‌ ଏନଭାର୍ନମେଣ୍ଟ ମ୍ୟାନେଜ୍‌ମେଣ୍ଟ ଏବଂ ଗୋଷ୍ଠୀ ବିଜ୍ଞାନ ମହାବିଦ୍ୟାଳୟର ଫାମିଲି ରିସୋର୍ସ ମ୍ୟାନେଜ୍‌ମେଣ୍ଟ ପରି ୨୨ଟି ବିଭାଗରେ ପ୍ରଫେସର ପଦବି ଖାଲି ହେବ। 

ଯାହାକି ବିଶ୍ବବିଦ୍ୟାଳୟ ପରିଚା‌ଳନା ସହ ଶିକ୍ଷା, ଗବେଷଣା ଓ ଜାତୀୟ ମାନ୍ୟତା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ବର୍ତମାନ ବିଶ୍ୱବିଦ୍ୟାଳୟରେ ଚାଲୁଥିବା ମେରିଟ୍‌ ପ୍ରମୋସନ ଦ୍ୱାରା ଯେଉଁ କେତେଜଣ ପ୍ରଫେସର ପଦବିକୁ ଉନ୍ନୀତ ହେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପ୍ରିଲରୁ ଅବସର ନେବେ। ଉଲ୍ଲେଖନୀୟ କଥା ହେଉଛି ଯେ ମେରିଟ୍ ପ୍ରମୋସନ ପ୍ରଫେସର ପଦବି ହେଉଛି ମୂଳ ପଦବିର ଏକ ଉନ୍ନୀତ ପାହ୍ୟା। ଏହା ପ୍ରାଧିକୃତ ପ୍ରଫେସର ପଦବି ସହ ସମାନ ନୁହେଁ। ଆଇସିଏଆର ମାନ୍ୟତା, ଭିସିଆଇ ଅନୁମୋଦନ ଓ ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ ଆଦି ଜାତୀୟ ମାନ୍ୟତା ପାଇଁ କେବଳ ସିଧାସଳଖ ନିଯୁକ୍ତି ପାଇଥିବା ପ୍ରଫେସର ବିବେଚିତ ହୁଅନ୍ତି। ମେରିଟ୍ ପ୍ରମୋସନ ପାଇଥିବା ପ୍ରଫେସରଙ୍କୁ ଗଣନା କରାଯାଏ ନାହିଁ। ଯଦି ୬୦ ବର୍ଷର ଅବସର ବୟସ ଜାରି ରୁହେ ତେବେ ଅନେକ ପ୍ରାଧିକୃତ ପ୍ରଫେସର ପଦବି ଖାଲି ପଡ଼ିବ। ଅବସର ବୟସ ବୃଦ୍ଧି  ହେଲେ କେବଳ ଅଳ୍ପ କେତେଜଣ ବରିଷ୍ଠ ପ୍ରଫେସର ଚାକିରିରେ ରହି ପାରିବେ। ଏହା ପ୍ରବେଶ ସ୍ତରୀୟ ସହକାରୀ ପ୍ରଫେସର ପଦବି ପାଇଁ ନିଯୁକ୍ତି କିମ୍ବା ଚାକିରିରେ ଥିବା ଶିକ୍ଷକଙ୍କ ପଦୋନ୍ନତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ବରଂ ଜାତୀୟ ଅନ୍ତର୍ଜାତୀୟ ସ୍ତରରୁ ମେଧାବୀ ଓ ଯୋଗ୍ୟ ଶିକ୍ଷକଙ୍କୁ ଆକର୍ଷିତ କରିବ ବୋଲି ପ୍ରଫେସରମାନେ କହିଛନ୍ତି।

ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଗତ ଅଗଷ୍ଟ ମାସଠାରୁ ବିଭିନ୍ନ ଦପ୍ତରରେ ଦାବିପତ୍ର ଦାଖଲ କରି ଆସୁଛି। ନଭେମ୍ବର ୧୩ରେ ବିଶ୍ବବିଦ୍ୟାଳୟ କୁଳସଚିବ ଏଥିପାଇଁ ଆବଶ୍ୟକ ହେଉଥିବା ବିସ୍ତୃତ ଏବଂ ଦୃଷ୍ଟିକୋଣ ମତାମତକୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୃଷି ବିଭାଗକୁ ପଠାଇଥିଲେ। ଏ ସଂକ୍ରାନ୍ତରେ କରାଯାଇଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଡିସେମ୍ବର ୩୦ରେ କାର୍ଯ୍ୟାନୁଷ୍ଠାନ ପାଇଁ କୃଷି ବିଭାଗକୁ ମଧ୍ୟ ପଠାଯାଇଥିଲା। ଫେବ୍ରୁଆରି ୧୨ରେ ମୁଖ୍ୟ ଶାସନ ସଚିବ ବିଧିବଦ୍ଧ ପଦକ୍ଷେପ ନେବାକୁ କୃଷି ବିଭାଗକୁ ନିର୍ଦେଶ ଦେଇଥିଲେ। ମାତ୍ର ବିଶ୍ୱବିଦ୍ୟାଳୟର ଏଭଳି ସଙ୍କଟରେ କୃଷି ବିଭାଗର ନୀରବତା ଶିକ୍ଷକ, ଛାତ୍ରଛାତ୍ରୀ, କୃଷକ ଓ ବୁଦ୍ଧିଜୀବୀଙ୍କ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe