ଆମ ପସନ୍ଦ: ବିଶ୍ୱାସ ସହିତ ସ୍ୱତନ୍ତ୍ରତା ଦେଉଛି ରତ୍ନପଥର

ଓଡ଼ିଆରେ ଏକ ଲୋକକଥା ଅଛି ‘ମାନିଲେ ଠାକୁର, ନ ମାନିଲେ ପଥର’। ଯଦି ଭଗବାନଙ୍କୁ ମାନୁଛେ ତେବେ ବେଦ, ଶାସ୍ତ୍ରକୁ ଆମେ ଅମାନ୍ୟ କରି ପାରିବା ନାହିଁ। ସବୁ ଶାସ୍ତ୍ର ମଧ୍ୟରୁ ବାସ୍ତୁଶାସ୍ତ୍ର ଗୋଟିଏ, ଯାହା ମଣିଷ ଜୀବନର ଅନେକ ସମସ୍ୟାକୁ ଦୂର କରିଥାଏ ବୋଲି ବିଶ୍ବାସ କରାଯାଏ।

sfssffsxc

Photograph: (kavitha Enterprises)

ଭୁବନେଶ୍ଵର: ଓଡ଼ିଆରେ ଏକ ଲୋକକଥା ଅଛି ‘ମାନିଲେ ଠାକୁର, ନ ମାନିଲେ ପଥର’। ଯଦି ଭଗବାନଙ୍କୁ ମାନୁଛେ ତେବେ ବେଦ, ଶାସ୍ତ୍ରକୁ ଆମେ ଅମାନ୍ୟ କରି ପାରିବା ନାହିଁ। ସବୁ ଶାସ୍ତ୍ର ମଧ୍ୟରୁ ବାସ୍ତୁଶାସ୍ତ୍ର ଗୋଟିଏ, ଯାହା ମଣିଷ ଜୀବନର ଅନେକ ସମସ୍ୟାକୁ ଦୂର କରିଥାଏ ବୋଲି ବିଶ୍ବାସ କରାଯାଏ। ଗ୍ରହ, ନକ୍ଷତ୍ର, ଦିଗ ଅନୁସାରେ କେଉଁ ଦିଗରେ ଘର ତିଆରି ହେବ, କ’ଣ ପିନ୍ଧିଲେ କ’ଣ ଉପକାର ମିଳିବ ଏସବୁ ସେଥିରେ ଉଲ୍ଲେଖ ରହିଛି। ଏହି କ୍ରମରେ କାହିଁ କେଉଁ କାଳରୁ ଗ୍ରହମାନଙ୍କୁ ଶାନ୍ତି କରିବା ପାଇଁ ବିଭିନ୍ନ ଉପାୟ ରହିଛି। କେତେ ଜଣ ଯଜ୍ଞର ଆୟୋଜନ କଲେ ଗ୍ରହଶାନ୍ତି କରିହେବ ବୋଲି ମତ ଦେଉଥିବା ବେଳେ କେତେକ ବିଭିନ୍ନ ପ୍ରକାର ରତ୍ନପଥର ଧାରଣ କଲେ ଗ୍ରହଶାନ୍ତି ହୋଇଥାଏ ବୋଲି କୁହନ୍ତି।  ଏଥିପାଇଁ ବର୍ତ୍ତମାନ ଏହି ପଥର ମୁଦି, ବ୍ରେସ୍‌ଲେଟ୍ ଆଦିର ଚାହିଦା ବଢ଼ିବାରେ ଲାଗିଛି। ଗ୍ରହଦୋଷ ଦୂର କରିବା ସହିତ ଏକ ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରୁଥିବାରୁ ବ୍ୟବସାୟୀ, ଉଦ୍ୟୋଗୀ, ସିନେତାରକାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଏହାକୁ ପରିଧାନ କରୁଛନ୍ତି। ଆକାର ଅନୁସାରେ ଏଗୁଡ଼ିକର ମୂଲ୍ୟ ୨୦୦ରୁ ଆରମ୍ଭ ହେଉଛି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି ପଥରକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।    
ପ୍ରିୟଙ୍କା ରାୟ

ସୂର୍ଯ୍ୟଙ୍କ ପାଇଁ ମାଣିକ୍ୟ
ବିଶିଷ୍ଟ ଜ୍ୟୋତିଷମାନେ ୯ ଟି ଗ୍ରହ ପାଇଁ ୯ ପ୍ରକାରର ପଥର ବିଶେଷ ଭାବେ ଉପଯୁକ୍ତ ବୋଲି ବ୍ୟାଖ୍ୟା କରିଛନ୍ତି । ସେମାନଙ୍କ ଅନୁଯାୟୀ ସୂର୍ଯ୍ୟଙ୍କ ପାଇଁ ମାଣିକ ପଥର ବେଶ୍ ଉପଯୋଗୀ ବୋଲି କହିଛନ୍ତି। ‘ସାଇ ଜେମ୍‌ସ୍‌’ର ସ୍ବତ୍ବାଧିକାରୀ ଅମିତ ବର୍ମନଙ୍କ କହନ୍ତି ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ କରିବା ପାଇଁ ମାଣିକ ପଥରକୁ ସମସ୍ତେ କିଣୁଛନ୍ତି। ଉଭୟ ସୁନା ଓ ତମ୍ୱା ରୁପା ମୁଦିରେ ଏହାକୁ ପରିଧାନ କରିବାକୁ ଲୋକ ପସନ୍ଦ କରୁଛନ୍ତି। 
ବୃହସ୍ପତିଙ୍କ ପାଇଁ ପୋଖରାଜ
ଧନ ଟଙ୍କାପଇସା, ପଦପଦବି, ମାନସମ୍ମାନ ତଥା ବୃହସ୍ପତି ଗ୍ରହର ଆଶୀର୍ବାଦ ପାଇବା ପାଇଁ ବର୍ତ୍ତମାନ ପୋଖରାଜ ପଥର ସମସ୍ତଙ୍କ ପସନ୍ଦ ପାଲଟିଛି। ସୁନା କିମ୍ବା ରୁପା ମୁଦି ସହ ଏହାକୁ ପିନ୍ଧାଯାଉଛି। ବିଶେଷ କରି ଅଣ୍ଡାକୃତିର ମୁଦି ସମସ୍ତଙ୍କର ପସନ୍ଦ ପାଲଟିଛି। 
ମଙ୍ଗଳ ଦୋଷ ଦୂର କରୁଛି ଲାଲ୍‌ ପ୍ରବାଳ 
ରାଶିରେ ମଙ୍ଗଳ ଗ୍ରହ ଦୋଷ ରହୁଥିବା ଲୋକେ ଲାଲ୍‌ ପ୍ରବାଳ ପଥର ଧାରଣ କରୁଛନ୍ତି। ସର୍ବନିମ୍ନ ୬ ରତି ଓଜନର ସୁନାମୁଦି ସହ ଏହାକୁ ପରିଧାନ କରୁଛନ୍ତି। ଏହାର ପ୍ରଭାବ ୪ ବର୍ଷ ପର୍ଯ୍ୟନ୍ତ ହିଁ ରହିଥାଏ ବୋଲି ବିଶ୍ୱାସ ରହିଛି। 
ଗ୍ରହ ଶାନ୍ତି ପାଇଁ ପନ୍ନା
ବୁଧ ଗ୍ରହ ଶାନ୍ତି କରିବା ନିମନ୍ତେ ପନ୍ନା ପଥର ସବୁଠାରୁ ଅଧିକ ପ୍ରୟୋଜନ ଅଟେ। ବିଶେଷ କରି ସୁନା ସହ ଏହାକୁ ଲୋକ ପିନ୍ଧୁଛନ୍ତି। ପୁରୁଷମାନେ ସାଧା ଡିଜାଇନର ମୁଦି ପସନ୍ଦ କରୁଥିବା ବେଳେ ମହିଳାମାନେ ଏଥିରେ ଭିନ୍ନ ଭିନ୍ନ ଡିଜାଇନ୍‌ କରି ଧାରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe