ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ: ମନ ମୋହିଲା ଲଉଡ଼ି ଓ ଡାପ୍‌ ନୃତ୍ୟ

Advertisment

ଦାଣ୍ଡିଆ ଭଳି ରାଜ୍ୟରେ ଆୟୋଜିତ ହେବ ‌ଲଉଡ଼ି ଉତ୍ସବ

ଦାଣ୍ଡିଆ ଭଳି ରାଜ୍ୟରେ ଆୟୋଜିତ ହେବ ‌ଲଉଡ଼ି ଉତ୍ସବ

ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ: ମନ ମୋହିଲା ଲଉଡ଼ି ଓ ଡାପ୍‌ ନୃତ୍ୟ

ଭୁବନେଶ୍ୱର: ପାରମ୍ପରିକ ଲୋକକଳାର ପଦଧ୍ବନିରେ ପ୍ରକମ୍ପିତ ହେଉଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ‘ଲଉଡ଼ି ନୃତ୍ୟ’ ମାଧ୍ୟମରେ ଗୋପାଳ ସଂପ୍ରଦାୟର ପରମ୍ପରା କଥା ବଖାଣୁଥିଲେ ଢେଙ୍କାନାଳ ଜିଲ୍ଲା ଆଦିପୁରର ‘ରାଧାକୃଷ୍ଣ ଲଉଡ଼ିଦଳ’ର କଳାକାରବୃନ୍ଦ। ତା’ ସହ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର କଳାକାରଙ୍କ ଦ୍ବାରା ଢାପ୍ ନୃତ୍ୟ ପରିବେଷଣ ବେଶ୍‌ ଚିତ୍ତାକର୍ଷକ ଥିଲା। ଅବସର ଥିଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମର।

୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ରବୀନ୍ଦ୍ର ମଣ୍ଡପରେ ବିଭାଗ ତରଫରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଭାଗର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ଓ ରାଜ୍ୟ କଳାକାର ମହାସଂଘ ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଭାଗୀୟ ଶାସନ ସଚିବ ଶ୍ରୀ ଦଳାଇ କହିଥିଲେ, ଲୋକକଳାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟରେ ୨୦୧୧ ମସିହାରୁ କଳାକାର ସଂଘ ପ୍ରତିଷ୍ଠା ହୋଇଛି। ଆମ ଲୋକକଳାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପ ସମଗ୍ର ଭାରତରେ ଅନନ୍ୟ ଓ ଆଦର୍ଶ ବୋଲି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଥିଲେ। ଦାଣ୍ଡିଆ ନୃତ୍ୟ ଭଳି ଆଗାମୀ ଦିନରେ ରାଜ୍ୟରେ ଲଉଡ଼ି ଉତ୍ସବ ପାଳନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ରାଜ୍ୟ କଳାକାର ସଂଘର ଉପସଭାପତି ଅବନୀ ମିଶ୍ରଙ୍କ ପୁସ୍ତକ ‘ସମର ତରଙ୍ଗ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଘରେ ବସି ଅନେକ ଦର୍ଶକ ବିଭାଗର ଅଫିସିଆଲ ଫେସବୁକ ପେଜ୍‌ ଓ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ଦେଖିଥିଲେ। ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ମାଲବିଶୋୟୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe