ଆମ ଲୋକକଳା, ଆମ ସଂସ୍କୃତି: ଶିଙ୍ଗବାଦ୍ୟ ଓ ଘୋଡ଼ାନାଚରେ ଦୁଲୁକିଲା ମଞ୍ଚ

ଆମ ଲୋକକଳା, ଆମ ସଂସ୍କୃତି: ଶିଙ୍ଗବାଦ୍ୟ ଓ ଘୋଡ଼ାନାଚରେ ଦୁଲୁକିଲା ମଞ୍ଚ

ଭୁବନେଶ୍ବର: ଦଶପଲ୍ଲାର ଶିଙ୍ଗବାଦ୍ୟ ଓ ଖୋର୍ଧାର ଘୋଡ଼ାନାଚରେ ଦୁଲୁକୁଥିଲା ମଞ୍ଚ। ଓଡ଼ିଶାର ସଂସ୍କୃତିକୁ ଏଭଳି ଲୋକକଳା ମାଧ୍ୟମରେ ପୁନର୍ଜୀବିତ କରିବା ସହ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଏହି ପ୍ରୟାସ କରାଯାଇଥିଲା। ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଅବସରରେ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ପୌରୋହିତ୍ୟ କରିଥିଲେ। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଓ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଶାସନ ସଚିବ ସଂଜୟ ମିଶ୍ର, ଅନୁସଚିବ ଲକ୍ଷ୍ମୀଧର ବେହେରା, ଶୁଭଶ୍ରୀ ପ୍ରଧାନ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ କଳାକାର ମହାସଂଘ ଉପସଭାପତି ଅବନୀ କୁମାର ମିଶ୍ର ଉପସ୍ଥିତ ଥିଲେ।

‘ଆମ ଲୋକକଳା ଆମ ସଂସ୍କୃତି’କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସୀମିତ ନରଖି ଜିଲ୍ଲାସ୍ତରରେ କରାଯିବା ପାଇଁ ସ୍ଥିର ହୋଇଛି ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ସୂଚନା ଦେଇଥିଲେ। କରୋନା ଗାଇଡ୍‌ଲାଇନ୍‌ ଅନୁପାଳନପୂର୍ବକ ଦର୍ଶକଙ୍କୁ ନେଇ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଘରେ ବସି ଅନେକ ଦର୍ଶକ ବିଭାଗର ଅଫିସିଆଲ୍ ଫେସବୁକ୍‌ ପେଜ୍‌ ଓ ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖିଥିଲେ। ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ମାଳ ବିଶୋଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe