ଦାଢ଼ାପାଟଣାରେ ହେବ ଓଭରବ୍ରିଜ୍‌

Advertisment

ବାରଙ୍ଗ ମୁଖ୍ୟ ରାସ୍ତାରୁ ଉଠିଲା ରେଳ ଫାଟକ

ବାରଙ୍ଗ ମୁଖ୍ୟ ରାସ୍ତାରୁ ଉଠିଲା ରେଳ ଫାଟକ

ଦାଢ଼ାପାଟଣାରେ ହେବ ଓଭରବ୍ରିଜ୍‌

ବାରଙ୍ଗ: ବାରଙ୍ଗ ବ୍ଲକ ମୁଖ୍ୟ ରାସ୍ତାରେ ଥିବା ରେଳ ଫାଟକକୁ ସବୁଦିନ ପାଇଁ ଉଠାଇ ଦେଇଛି ରେଳବାଇ। ଗତ ବୁଧବାର ମଧ୍ୟରାତି୍ରରୁ ବାରଙ୍ଗ ଭାୟା ନରାଜ ମାର୍ଥାପୁର ମଧ୍ୟରେ ଥିବା ରେଳ ଫାଟକକୁ ଆଉ ପକା ଯାଇନଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ସକାଳୁ ମୁଖ୍ୟ ରାସ୍ତାରେ ଥିବା ଫାଟକକୁ ଖୋଲି ନିଆଯାଇଥିଲା। ଫଳରେ ବାରଙ୍ଗ ଭାୟା କଟକ ଓ ଭୁବନେଶ୍ୱର ରାସ୍ତାରେ ଗମନାଗମନ ସୁଗମ ହୋଇଛି। ଏଣିକି ବାରଙ୍ଗ ଦେଇ କଟକ, ଭୁବନେଶ୍ୱର, ଆଠଗଡ଼ ଓ ଖୋର୍ଧାକୁୁ ଯାତାୟାତ କରୁଥିବା ଯାନବାହନଗୁଡ଼ିକୁ ଆଉ ଘଣ୍ଟାଘଣ୍ଟା ଧରି ଅଟକିବାକୁ ପଡ଼ିବ ନାହିଁ।
ସେହିପରି ଦାଢ଼ାପାଟଣାଠାରେ ଥିବା ରେଳ ଫାଟକ ଏଲ୍‌ସି ୧୮୧କୁ ସବୁ ଦିନ ପାଇଁ ଉଠାଇ ସେଠାରେ ଓଭରବ୍ରିଜ୍‌ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳପଥ। ଆଜିଠାରୁ ରେଳବାଇ ଅଧିକାରୀମାନେ ଆସି ରେଳଫାଟକ ପାର୍ଶ୍ୱ ନିରୀକ୍ଷଣ କରିବା ଆରମ୍ଭ କରିଛନ୍ତି। ଉଭୟ ପୂର୍ବତଟ ରେଳପଥ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଖୁବ୍‌ ଶୀଘ୍ର ରେଳବାଇ ଓଭରବ୍ରିଜ୍‌ ନିର୍ମାଣ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe