ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର

Advertisment
ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର

ବାଲିଅନ୍ତା : ବାଲିଅନ୍ତା ଜଗନ୍ନାଥପୁର ନିକଟସ୍ଥ ସନ୍ତୋଳନଗରୀ ଗ୍ରାମରୁ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ସନ୍ତୋଳନଗରୀ ଗ୍ରାମ ଶିବ ମନ୍ଦିର ନିକଟରେ ଦୋକାନ କରିଥିବା ରଞ୍ଜନ କୁମାର ସାହୁଙ୍କ ଦୋକାନ ପଛପଟରେ ଏକ ଧଳା ପେଚାକୁ କାଉ ଦଳ ଆକ୍ରମଣ କରୁଥିଲେ। ଏହି ସମୟରେ ଗ୍ରାମର ସୁଜ୍ଞାନ ବେହେରା, ଅଲେଖ ପାତ୍ର, ପ୍ରଦୀପ ସାହୁ, ସୁଶାନ୍ତ ଦାଶ, କାହ୍ନୁ ବେହେରା ପ୍ରମୁଖ ଦେଖି ଆହତ ପେଚାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଫୁଲନଖରା ରେଞ୍ଜ ବନ ଅଧିକାରୀ ଅଞ୍ଜଳି ବେହେରା କର୍ମଚାରୀ ମାନଙ୍କ ସହ ପହଞ୍ଚି ଆହତ ପେଚାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ। ପେଚାଟି ସୁସ୍ଥ ହେବାପରେ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe