୫୦ ହଲ୍‌ରେ ରିଲିଜ୍‌ ହେଲା ‘ପାବାର୍’: ସ୍ୱାତୀ ଓ ମହାରାଜାରେ ପ୍ରିମିୟର

Advertisment

ଦର୍ଶକ ଓଡ଼ିଆ ପାଣି ପବନର ବାସ୍ନା ଥିବା କାହାଣୀ ଚାହୁଛନ୍ତି: ବାବୁଶାନ୍‌

ଦର୍ଶକ ଓଡ଼ିଆ ପାଣି ପବନର ବାସ୍ନା ଥିବା କାହାଣୀ ଚାହୁଛନ୍ତି: ବାବୁଶାନ୍‌

୫୦ ହଲ୍‌ରେ ରିଲିଜ୍‌ ହେଲା ‘ପାବାର୍’: ସ୍ୱାତୀ ଓ ମହାରାଜାରେ ପ୍ରିମିୟର

ଭୁବନେଶ୍ୱର: ଓଡ଼ିଆ ସିନେମାର ଭଲଦିନ ପୁଣି ଫେରିବା ଭଳି ମନେ ହେଉଛି। ପୁଣି ଥରେ ଓଡ଼ିଆ ସି‌ନେମାକୁ ଭଲ ପାଇବା ଅଜାଡ଼ି ଦେଉଛନ୍ତି ଦର୍ଶକ। ଓଡ଼ିଆ ସୁପରଷ୍ଟାର ବାବୁଶାନ୍‌ ମହାନ୍ତିଙ୍କ ନୂଆ ଫିଲ୍ମ ‘ପାବାର୍‌’ର ପ୍ରିମିୟର୍‌ ସୋ’ର ଭିଡ଼ରୁ ଅନ୍ତତଃ ଏ ଆତ୍ମବିଶ୍ବାସ ମିଳିଛି। ବାବୁ ଓ ଅଭିନେତ୍ରୀ ଏଲିନାଙ୍କ ସମେତ ଅନ୍ୟ ଓଡ଼ିଆ ତାରକାଙ୍କର ଟିକେ ଝଲକ ପାଇବା ପାଇଁ ଆଜି ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରିମିୟର୍‌ ସହ ଭୁବନେଶ୍ବରରେ ‘ପାବାର୍‌’ର ସବୁ ସୋ’ ହାଉସ୍‌ଫୁଲ୍‌ ଥିଲା। ରଜ ଅବସରରେ ଓଡ଼ିଆ ବାସ୍ନା ଥିବା ଏହି ଫିଲ୍ମର କାହାଣୀ ଓ ସମସ୍ତ ଗୀତ ଦର୍ଶକଙ୍କୁ ବେଶ୍‌ ଛୁଇଁଛି। ଆଜି ଦିନ ୧୨ଟାରେ ସ୍ୱାତୀ ଓ ଅପରାହ୍ନରେ ମହାରାଜା ସିନେମା ହଲ୍‌ରେ ବାବୁଶାନ ଫିଲ୍ମ ପ୍ରଡକ୍ସନର ‘ପାବାର’ର ପ୍ରିମିୟର ସୋ’ ହୋଇଛି। ରଜ ଉପଲକ୍ଷେ ରିଲିଜ୍ ହୋଇଥିବା ‘ପାବାର୍‌’ ରାଜ୍ୟର ୫ଠଟି ସିନେମା ହଲ୍‌ରେ ଆଜି ମୁକ୍ତିଲାଭ କରିଛି। ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପାବାର’ର ପ୍ରମୁଖ ଭୂମିକାରେ ଥିବା ବାବୁଶାନ ଓ ଏଲିନା ଦୀର୍ଘ ୮ ବର୍ଷ ପରେ ବଡ଼ ପରଦାରେ ଏକାଠି ଆସିଛନ୍ତି। ଅନ୍ୟାନ୍ୟ ପ୍ରମୁଖ ଚରିତ୍ରରେ ଅପରାଜିତା ମହାନ୍ତି, ଜୟପ୍ରକାଶ ଦାଶ, କ୍ରିଷ୍ଣା କର, ବବି ମିଶ୍ର, ପପୁ ପମ୍‌ପମ୍‌, ରବି ମିଶ୍ର, ଅନୁଗୁଳିଆ ବଣ୍ଟି, ସୋମୁ, ଭକ୍ତି ଓ ବାପି ପ୍ରମୁଖ ଅଭିନୟ କରିଛନ୍ତି। ପ୍ରିମିୟର୍‌ରେ ଏମାନେ ସମସ୍ତେ ଉପସ୍ଥିତ ଥିଲେ। ଯୁବ ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ ଏଥିରେ କମାଲ୍‌ କରିଛନ୍ତି ବୋଲି କୁହାଯାଉଛି। ‘ପାବାର୍‌’ର ‘ନାଲିଶାଢ଼ି..’ ଓ ‘ଲାଲ୍ ଟହ ଟହ..’ ଗୀତ ସମୟରେ ଆଜି ହଲ୍‌ରେ ଦର୍ଶକ ନାଚି ଉଠିଥିଲେ।

ଏହି ଅବସରରେ ବାବୁଶାନ୍‌ କହିଛନ୍ତି, ‘‘କପି-ପେଷ୍ଟ୍‌ର ଯୁଗ ଶେଷ ହୋଇଯାଇଛି। ଏବେ ଦର୍ଶକ ଏମିତି କିଛି କାହାଣୀ ଚାହୁଛନ୍ତି, ଯେଉଁଥିରେ ଓଡ଼ିଶା ଭୂଇଁର କାହାଣୀ ତଥା ଓଡ଼ିଆ ପାଣି ପବନର ବାସ୍ନା ଥିବ। ଦର୍ଶକଙ୍କ ଭଳି ଓଡ଼ିଆ କଳାକାରମାନେ ମଧ୍ୟ ଏବେ ‌କାହାଣୀ ଦେଖି ସିନେମା କରିବା ଆରମ୍ଭ କରିଛନ୍ତି। ଏହାର ସଫଳ ଉଦାହରଣ ହେଉଛି ‘ପାବାର’। ‘ପାବାର୍‌’ ଏକ ସତ୍ୟ ଘଟଣାକୁ ଆଧାରିତ ଫିଲ୍ମ। ପଲିଟିକାଲ ଡ୍ରାମା ସହ ଏହି ଫିଲ୍ମରେ ଖୁବ୍ କମେଡି ମଧ୍ୟ ରହିଛି, ଯାହା ଦର୍ଶକଙ୍କୁ ହସେଇବା ସହିତ କନ୍ଦେଇବ ମଧ୍ୟ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe