ପିଏମ୍‌ଏୱାଇରେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର, ତିନି ପ୍ରକଳ୍ପ ପାଇଁ ୨୬୨୭ ପରିବାର ଚିହ୍ନଟ

Advertisment

ତାଲିକା ପ୍ରକାଶ କଲା ବିଏମ୍‌ସି, ଡିସେମ୍ବର ୪ ଯାଏ ଅଭିଯୋଗ ଗ୍ରହଣ

ତାଲିକା ପ୍ରକାଶ କଲା ବିଏମ୍‌ସି, ଡିସେମ୍ବର ୪ ଯାଏ ଅଭିଯୋଗ ଗ୍ରହଣ

ସୁବର୍ଣ୍ଣପୁର ଆବାସ ଦୁର୍ନୀତି: ତଳିଆ ଫସିଲେ, ବଡ଼ବଡ଼ିଆ ଖସିଲେ

Patrika

ଚନ୍ଦ୍ରଶେଖରପୁର : ବସ୍ତିବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌(ପିଏମ୍‌ଏୱାଇ)ରେ ପକ୍କା ଘର ଯୋଗାଇ ଦିଆଯିବ। ଏହି ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ଚନ୍ଦ୍ରଶେଖରପୁର ଏଏଚ୍‌ପି(ଆଫଡେବୁଲ୍‌ ହାଉସିଂ ପ୍ରୋଜେକ୍ଟ) ସମେତ ସତ୍ୟନଗର ଏଏଚ୍‌ପି ଓ ଶାନ୍ତିନଗର ଆବାସ ଯୋଜନାରେ ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ଲୋକଙ୍କୁ ଘର ଯୋଗାଇବାକୁ ହିତାଧିକାରୀ ଚୂଡ଼ାନ୍ତ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ୩ଟି ପ୍ରକଳ୍ପ ପାଇଁ ୨୬୨୭ ପରିବାରକୁ ଚିହ୍ନଟ କରାଯାଇଛି। ରାଜୀବ ଆବାସ ଯୋଜନା(ଆରଏୱାଇ) ସର୍ଭେ ଅନ୍ତର୍ଗତ ପରିବାରର ଯୋଗ୍ୟତା ଓ ଆବଶ୍ୟକ କାଗଜପତ୍ର, ପ୍ରମାଣପତ୍ରକୁ ତର୍ଜମା କରିବା ପରେ ପରିବାରଗୁଡ଼ିକର ଯୋଗ୍ୟତା ଫଳାଫଳର ପ୍ରଥମ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ବିଏମ୍‌ସି ୱେବସାଇଟ୍ www.bmc.gov.in ରେ ଏବେ ପରିବାର ବିବରଣୀ ଉପଲବ୍ଧ ହୋଇଥିବା ନେଇ ସୂଚନା ମିଳିଛି। ଯୋଜନାର ହିତାଧିକାରୀ ଭାବେ କୌଣସି ବ୍ୟକ୍ତି ସରକାରୀ ଚା‌କିର, ଭୁବନେଶ୍ବରରେ ଜାଗା ବା ଗୃହ ତଥା ଦେଶର କୌଣସିଠାରେ ପକ୍କାଘର କରି ନ ଥିବେ କି କୌଣସି ଗୃହ ଯୋଜନାରେ ହିତାଧିକାରୀ ଭାବେ ଗ୍ରହଣ ହୋଇନଥିବା ଦରକାର। ପ୍ରକାଶିତ ତାଲିକାକୁ ନେଇ ଯଦି କାହାର କୌଣସି ଆପତ୍ତି ଅଭିଯୋଗ ଥାଏ, ତେବେ ସେମାନେ ୧୫ ଦିନ ତଥା ଡିସେମ୍ବର ୪ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe