ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୭ତମ ସ୍ୱନକ୍ଷତ୍ର ଉତ୍ସବ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଧନା ସଭାରେ ଶ୍ରୀ ପଟ୍ଟନାୟକ କହିଲେ ଯେ ସୌଭାଗ୍ୟକ୍ରମେ ମୋର ଜନ୍ମ ବୁଦ୍ଧ ପୂର୍ଣ୍ଣିମାରେ। ପରମ କାରୁଣିକ ତଥାଗତ ବୁଦ୍ଧ ମୋ ପ୍ରେରଣାର ଉତ୍ସ। ଆଜିର ଯୁବପିଢ଼ି ଭଗବାନ ବୁଦ୍ଧଙ୍କ ପଥ ଅନୁସରଣ କଲେ ସମାଜରୁ ହିଂସା, ଦ୍ୱେଷ, ଅନୀତି, ଦୁର୍ନୀତି ଲୋପ ପାଇପାରିବ। ଏଥିରେ ପୂର୍ବତନ ବାଚସ୍ପତି ଶରତ କୁମାର କର ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ଜୀମୂତ ମଙ୍ଗରାଜ, ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ, ପୂର୍ବତନ ପୁଲିସ ଆଇଜି ଅରୁଣ ଉପାଧ୍ୟାୟ, ଓୟୁଏଟିର ପୂର୍ବତନ ଡିନ୍ ବୁଦ୍ଧଦେବ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୁଦ୍ଧ ମନ୍ଦିରର ଟ୍ରଷ୍ଟି ଡ. ସୌରେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଓ ଦେବୀପ୍ରସାଦ ମଲ୍ଲିକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ମନୋରଞ୍ଜନ ମହାନ୍ତି ପରିଚାଳନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us