ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ପଦ୍ମଶ୍ରୀ ପ୍ରଫେସର୍‌ ହରମାନ୍‌ କୁଲ୍‌କେ

Advertisment
ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ପଦ୍ମଶ୍ରୀ ପ୍ରଫେସର୍‌ ହରମାନ୍‌ କୁଲ୍‌କେ

????????????????????????????????????

ଭୁବନେଶ୍ୱର : ଜର୍ମାନ ଐତିହାସିକ ପଦ୍ମଶ୍ରୀ ଡ. ପ୍ରଫେସର୍‌ ହେରମାନ୍‌ କୁଲ୍‌କେ ଏବଂ ଡେନମାର୍କ ଅସ୍କ୍‌ ୟୁନିଭରସିଟିର ପ୍ରଫେସର ଉଏ ସ୍କୋଡ଼ା ଆଜି ସାଇ ଇଣ୍ଟରନ୍ୟାସନାଲ୍‌ ପରିଦର୍ଶନରେ ଆସିଥିଲେ।

ପ୍ରାରମ୍ଭରେ ସ୍କୁଲର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଡ.କୁଲ୍‌କେ ନିଜର ଅନୁସନ୍ଧାନ ଏବଂ ଲେଖା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର କିଭଳି ଭାବେ ପ୍ରଚାର ପ୍ରସାର କରି ଭାରତରେ ପଦ୍ମଶ୍ରୀ ଉପାଧି ଲାଭ କରିଥିଲେ ସେ ବିଷୟରେ ବର୍ଣ୍ଣନା କରିଥିଲେ। ନିଜର ଅଭିଭାଷଣରେ ସେ ଜଗନ୍ନାଥ ସଂସ୍କୃତି ଓ ଏହାର ଇତିହାସର ପ୍ରଚାର ଓ ପ୍ରସାରରେ ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ୪୦ ବର୍ଷର ଅନୁଭୂତିକୁ ବଖାଣିଥିଲେ। ସେ କହିଥିଲେ ଯେ, ତାଙ୍କର ପରିବାରର ସମସ୍ତେ ଜଗନ୍ନାଥଙ୍କୁ ତାଙ୍କର ପରିବାରର ଜଣେ ସଦସ୍ୟ ବୋଲି ଭାବନ୍ତି।

ପ୍ରଫେସର୍‌ ସ୍କୋଡ଼ା ନିଜର ଅଭିଭାଷଣ ଓଡ଼ିଆ ଭାଷାରେ ଆରମ୍ଭ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ କିପରି ନିଜର ଜ୍ଞାନକୁ ପାଥେୟ କରି ବିଶ୍ୱ ନାଗରିକ ସଂଗଠନରେ ସାମିଲ୍‌ ହେବେ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ଭାଇସ୍‌ ଚେୟାରମ୍ୟାନ୍‌ ଶ୍ରୀମତୀ ଶିଳ୍ପୀ ସାହୁ, ପ୍ରିନ୍ସପାଲ୍‌ ହରିଶ୍‌ ସାନ୍ଧୁଜା, ଭାଇସ୍‌ ପ୍ରିନ୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe