‘ଡ୍ୟାନ୍ସ ଦିୱାନେ’ରେ ପଦ୍ମିନୀ

Advertisment
‘ଡ୍ୟାନ୍ସ ଦିୱାନେ’ରେ ପଦ୍ମିନୀ

ଭୁବନେଶ୍ବର: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଇଣ୍ଡିଆନ୍‌ ଡ୍ୟାନ୍‌ସିଂ ସୁପର ଷ୍ଟାର୍‌ର ରନର୍ସ ଅପ୍‌ ହୋଇ ମନ ଜିଣିଥିବା ଓଡ଼ିଆ ଝିଅ ପଦ୍ମିନୀ ଏବେ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ‘ଡ୍ୟାନ୍‌ସ ଦିୱାନେ’ ସିଜିନ୍‌ ୨ରେ ପୁଣି ମନ ଜିଣିଛନ୍ତି। ପ୍ରତି ଶନିବାର ଓ ରବିବାର ପ୍ରସାରିତ ଏହି ସୋ’ରେ ପଦ୍ମିନୀ ପଟ୍ଟନାୟକ ନିଜ ନୃତ୍ୟରେ ଦର୍ଶକଙ୍କ ସମେତ ବିଚାରକଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି।

ବର୍ତମାନ ସେ ବହୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍‌ ୨୪ ମଧ୍ୟରେ ନିଜ ସ୍ଥାନ ଜମେଇସାରିଛନ୍ତି। ଭୁବନେଶ୍ବରର ନୂଆପଲ୍ଲୀରେ ରହୁଥିବା ପଦ୍ମିନୀ ଏବେ ଷ୍ଟୁଆର୍ଟ ସ୍କୁଲ୍‌ରେ ଅଧ୍ୟୟନରତ। ଭୁବନେଶ୍ବରରେ ୨ଟି ଅଡିସନ ଦେବା ପରେ ସେ କୋଲକାତାରେ ୪ଟି ଅଡିସନ ଦେଇ ବିଚାରକଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି। ଏହା ପୂର୍ବରୁ ପଦ୍ମିନୀ ସୋନି ଟିଭିରେ ପ୍ରସାରିତ ‘ଏଣ୍ଟରଟେନ୍‌ମେଣ୍ଟ୍‌ କେ ଲିୟେ କୁଛ୍‌ଭି କରେଗା’ରେ ସଫଳ ପ୍ରଦର୍ଶନ କରି ସେମିଫାଇନାଲ୍‌ରେ ପହଞ୍ଚି ପାରିଥିଲେ। ଏଥିସହ ଓଡ଼ିଶାରେ ମଧ୍ୟ ବିଭିନ୍ନ ଚ୍ୟାନେଲ୍‌ରେ ପ୍ରସାରିତ ଡ୍ୟାନ୍‌ସିଂ ସୋ’ରେ ସେ ନିଜ ନୃତ୍ୟର ଯାଦୁ ଦେଖାଇ ମନ ଜିଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe