ଭୁବନେଶ୍ୱରରେ ୧୬ ହଜାର ଜେଇଇ ପରୀକ୍ଷାର୍ଥୀ : ୨୦ ହୋଟେଲରେ ଦେୟଯୁକ୍ତ ରହଣୀ ସୁବିଧା

Advertisment
ଆଜିଠୁ ଜେଇଇ ମେନ୍‌: ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର

Dailyhunt

ଭୁବନେଶ୍ୱର : ଜେଇଇ ମେନ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ବିଏମ୍‌ସି ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରରେ ହୋଇଥିବା ପରୀକ୍ଷା କେନ୍ଦ୍ର ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଟିମ୍‌, ପୋଲିସ୍ ଟିମ୍‌, ସାନିଟାଇଜିଂ ବ୍ୟବସ୍ଥା ହେବା ସହ ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ବାହାରେ ଭିଡ଼ ଏଡାଇବା ପାଇଁ ମାଇକ୍ ଯୋଗେ ସଚେତନ କରାଯିବ। ସ୍ୱତନ୍ତ୍ର ପୁଲିସ କର୍ମଚାରୀ ନିୟୋଜିତ ହେବେ। ସମସ୍ତ ରହଣୀ କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍‌ ନୀରିକ୍ଷକ ରହିବେ, ଯେଉଁମାନେ କି ପରୀକ୍ଷାର ସୁପରିଚାଳନାର ବିଭିନ୍ନ ଦାୟିତ୍ୱ ନେବେ। ସ୍ୱଚ୍ଛତା ରକ୍ଷା ଉପରେ ବିଏମ୍‌ସି ପଦକ୍ଷେପ ନେବ।

ମାଗଣା ରହଣୀ ସୁବିଧା ହୋଇଥିବା ଶିକ୍ଷାନୁଷ୍ଠାନ

ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଡ୍‌ଭାନସ୍‌ମେଣ୍ଟ(ଗୀତା)
ସିଲିକନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ପଟିଆ
ରାଜଧାନୀ ଇଂଜିନିୟରିଂ କଲେଜ, ମଞ୍ଚେଶ୍ୱର
ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଫର୍‌ ଟେକ୍ନୋଲୋଜି, ଗଙ୍ଗାପଡ଼ା
ସିଭି ରମଣ ଗ୍ଲୋବାଲ୍ ୟୁନିଭରସିଟି, ଯାଆଁଳା
ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି, ବଣିଆଟାଙ୍କି

ଅନ୍ୟପକ୍ଷରେ ରାଜ୍ୟ ପର୍ଯ୍ୟଟନ ନିର୍ଦେଶକ ସଚିନ ଆର. ଯାଦବ ଗତକାଲି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡ଼ିଶା(ହାରୋ), ପୁରୀ, ସମ୍ବଲପୁର ଓ ରାଉରକେଲା ହୋଟେଲ ଆସୋସିଏସନକୁ ଚିଠି ଲେଖି ଛାତ୍ରଛାତ୍ରୀଙ୍କ ରହଣୀ ଲାଗି ସୁବିଧା କରିବାକୁ କହିଥିଲେ। ସେ କହିଥିଲେ ଯେ ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହୋଟେଲରେ ରହିବା ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନିଆଯାଉ। ଯେଉଁ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଦେଖାଇବେ ସେମାନଙ୍କଠାରୁ ଅର୍ଥ ନେଇ ଏହି ସୁବିଧା ଦିଆଯାଉ। ଏନେଇ ସଂଘର ସମସ୍ତ ସଦସ୍ୟଙ୍କୁ ଅବଗତି କରାଇବାକୁ କୁହାଯାଇଥିଲା। ସେହି ଅନୁସାରେ ଭୁବନେଶ୍ୱରର ୨୦ଟି ହୋଟେଲରେ ଦେୟଯୁକ୍ତ ରହଣୀ ସୁବିଧା ହୋଇଛି। ପରୀକ୍ଷାର୍ଥୀ କିମ୍ବା ତାଙ୍କ ସମ୍ପର୍କୀୟ ଦୈନିକ ୯୦୦ ଟଙ୍କା ଦେଇ ରହିପାରିବେ।

ଦେୟଯୁକ୍ତ ହୋଟେଲ
ଟାଉନ ହାଉସ, ମଞ୍ଚେଶ୍ୱର
ମିଲାଣ୍ଡ ପାଲେସ, ପୁରୀ ରୋଡ୍‌
ବାସ୍ତୁକାର ରିଟ୍ରିଟ, ଲୁଇସ୍‌ ରୋଡ୍‌
ପ୍ରାଇମ ପ୍ରେସିଡେନ୍ସି, ପଟିଆ
କମଳା ଇନ୍‌, ମଞ୍ଚେଶ୍ୱର
ରେଡ୍‌ ଭେଲଭେଟ୍‌, ପୁରୀ ହାଇୱେ
ସିଲଭରକେ, ଲଷ୍ମୀବିହାର, ପଟିଆ
ସିଲଭରକେ ଅଞ୍ଜଳି, ସମ୍‌ ହସ୍ପିଟାଲ ନିକଟ
ମା’ ବନଦୁର୍ଗା ଗେଷ୍ଟ ହାଉସ, ବମିଖାଲ
ହୋଟେଲ କର୍ପୋରେଟର ଇନ୍‌, ପଟିଆ
ଦି ଆମ୍ବିଏନ୍ସ, ଜୟଦେବ ବିହାର
ବିଜୟା ପାଲେସ, ଖଣ୍ଡଗିରି
ସାଇ ସାଗର ରେସିଡେନ୍ସି, ରୂପାଲି ଛକ
ତ୍ରିଷ୍ଣା ଏନକ୍ଲେଭ, କିଟ୍‌ ଛକ
କ୍ୟାପିଟାଲ ଗେଷ୍ଟ ହାଉସ-୨ ପଟିଆ ବିଗ ବଜ଼ାର
ଆଡଭିକ କଟେଜ, ଶ୍ୟାମପୁର, ଖଣ୍ଡଗିରି
ବିଜୟା ହୋମ୍‌ସ, ଚନ୍ଦ୍ରଶେଖରପୁର
ଲଗଜରି ଷ୍ଟେ, କସମୋପାଲି ଟାୱାର, ଖଣ୍ଡଗିରି
ଆଦର୍ଶ ହୋମ ଆଣ୍ଡ ହସ୍ପିଟାଲିଟି, ଚନ୍ଦ୍ରଶେଖରପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe