ପଖାଳ ବି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ

Advertisment
ପଖାଳ ବି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ

ଚନ୍ଦ୍ରଶେଖରପୁର, ୨୦/୩(ଇମିସ): ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ବିଶ୍ୱ ପଖାଳ ଦିବସ ଆଜି ଉତ୍କଳ ରଙ୍ଗ ମଞ୍ଚଠାରେ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ଆଧ୍ୟାତ୍ମିକତା ଓ ଆସ୍ଥାର କେନ୍ଦ୍ର। ପଖାଳ ଭୋଗ ହେଉଛି ତାଙ୍କର ଅତି ପ୍ରିୟ ବୋଲି ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶୈଳେଶ୍ୱର ନନ୍ଦଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ମୁଖ୍ୟ ଉପଦେଷ୍ଟା ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ। ଉପସଭାପତି ରବି ନାରାୟଣ ମହାପାତ୍ର ଉପସ୍ଥିତ ଜଗନ୍ନାଥ ପ୍ରେମୀଙ୍କୁ ସ୍ୱାଗତ କରିଥିଲେ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର, ସମ୍ମାନିତ ଅତିଥି ଭାବେ ରବିନାରାୟଣ ମହାପାତ୍ର, ଜଗନ୍ନାଥ ସଂସ୍କୃତି ବିଷାରଦ ଦାଶରଥୀ ସାମନ୍ତରାୟ ଓ ଶୈଳେଶ୍ୱର ନନ୍ଦ, ମୁଖ୍ୟବକ୍ତା ଭାବେ ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ଏବଂ ସମ୍ମାନିତ ବକ୍ତାଭାବେ ସୁଦର୍ଶନ ସାହୁ ଯୋଗଦେଇଥିଲେ। ଉପଦେଷ୍ଟା ରବି ନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ସୁରେଶ ମିଶ୍ର, ଗୌରାଙ୍ଗ ନାୟକ, ଅକ୍ଷୟ ଉପାଧ୍ୟାୟ, କାମେଶ୍ୱର ରାଓ, ଉମାନାଥ ମିଶ୍ର, ବିଷ୍ଣୁ ମୋହନ ମହାନ୍ତି, ତ୍ରିଲୋଚନ ନାୟକ, ମଳୟ ମହାପାତ୍ର, ବଂଶୀଧର ନାୟକ, ଶ୍ରୀନିବାସ ରାଓ, ଅଚ୍ୟୁତ ପ୍ରସାଦ ବେହେରା, ମନୋରଞ୍ଜନ ମହାନ୍ତି, ବିଷ୍ଣୁପଦ ଦାସ, ଦିଲ୍ଲୀପ ପଟ୍ଟନାୟକ, ବିପିନ ବିହାରୀ ସାହୁ ଓ ବହୁ ବରିଷ୍ଠ ଆଜୀବନ ସଭ୍ୟମାନେ ଉପସ୍ଥିତ ଥିଲେ। ଶେ‌ଷରେ ଜଗନ୍ନାଥ ସଂସ୍କୃତି ପରିଷଦର ସମସ୍ତେ ଏକାଠି ହୋଇ ଅବଢ଼ା ପଖାଳ ଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe