‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

Advertisment
‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ବର: ପକ୍ଷୀମାନଙ୍କୁ ସୁରକ୍ଷିତ ଭାବରେ ବସା ବାନ୍ଧି ରହିବାର ସୁଯୋଗ ସୃଷ୍ଟି କରିବାକୁ ସାମାଜିକ ଅନୁଷ୍ଠାନ ଅଙ୍କୁର ଫାଉଣ୍ଡେସନ ତରଫରୁ ‘ପକ୍ଷୀ ପାଇଁ ବସାଟିଏ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ଆଇଆରସି ଭିଲେଜସ୍ଥିତ ବିଏମ୍‌ସି ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କହିଥିଲେ।

ଆଗାମୀ ଦିନରେ ପକ୍ଷୀଙ୍କ ବସା ଓ ଆହାର ଯୋଗାଇବାକୁ ରାଜଧାନୀର ବିଭିନ୍ନ ପାର୍କରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବ ବୋଲି ଅଙ୍କୁର ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ। ସ୍ଥାନୀୟ କର୍ପୋରେଟର ମାନସୀରାଣୀ ସୁନ୍ଦରରାୟ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଅୟସକାନ୍ତ ମିଶ୍ର, ସୁମିତ୍ରା ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe