ୱାସିଂଟନ: କେତେକ ରାଷ୍ଟ୍ର ପରମାଣୁ ପରୀକ୍ଷା କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପାକିସ୍ତାନ ବି ଅଛି। ରବିବାର ସିବିଏସ୍ ନ୍ୟୁଜ୍ ୬୦ ମିନିଟ୍ସକୁ ଦେଇଥିବା ଏକ ସାକ୍ଷାତ୍କାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁଷ୍, ଚୀନ୍, ଉତ୍ତର କୋରିଆ ଓ ପାକିସ୍ତାନ ସମେତ ଅନେକ ଦେଶ ପରମାଣୁ ପରୀକ୍ଷଣ କରୁଛନ୍ତି। କିନ୍ତୁ ସେମାନେ ଏ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। ଆମେ ଏକ ଖୋଲା ସମାଜ। ଆମେ ଅଲଗା। ଆମେ ଏ ବିଷୟରେ କଥାବାର୍ତ୍ତା କରୁ। ଆମକୁ ଏ ବିଷୟରେ ଆଲୋଚନା କରିବାକୁ ପଡ଼ିବ। ନଚେତ୍ ଲୋକମାନେ ରିପୋର୍ଟ କରିବେ। ସେମାନଙ୍କ ପାଖରେ ସାମ୍ବାଦିକ ନାହାନ୍ତି ଯେଉଁମାନେ ଏହା ବିଷୟରେ ଲେଖିବେ ବୋଲି ଟ୍ରମ୍ପ କହିଛନ୍ତି।
ସେମାନେ ପରୀକ୍ଷା କରୁଥିବାରୁ ଆମେ ପରୀକ୍ଷା କରିବାକୁ ଯାଉଛୁ କହି ଟ୍ରମ୍ପ ଆମେରିକାର ପରମାଣୁ ପରୀକ୍ଷଣ ପୁଣି ଆରମ୍ଭ କରିବା ନିଷ୍ପତ୍ତିକୁ ଯୁକ୍ତିଯୁକ୍ତ କରିବାକୁ ପ୍ରୟାସ କରିଛନ୍ତି। ତିନି ଦଶନ୍ଧିରୁ ଅଧିକ ସମୟ ପରେ ରୁଷ୍ ଆଣବିକ ବିସ୍ଫୋରଣ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଉତ୍ତର କୋରିଆ କ୍ରମାଗତ ଭାବରେ ପରୀକ୍ଷା କରିଆସୁଛି। ଅନ୍ୟ ଦେଶଗୁଡ଼ିକ ପରୀକ୍ଷା କରୁଛନ୍ତି। ଆମେ ଏକମାତ୍ର ଦେଶ ଯିଏ ପରୀକ୍ଷା କରେ ନାହିଁ। ଏବେ ଆମେ ମଧ୍ୟ ପରୀକ୍ଷା କରିବୁ ବୋଲି ଟ୍ରମ୍ପ ସାକ୍ଷାତ୍କାରରେ କହିଛନ୍ତି। ଟ୍ରମ୍ପ କହିଛନ୍ତି, ବିଶ୍ୱକୁ ୧୫୦ ଥର ଉଡ଼ାଇ ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଆଣବିକ ଅସ୍ତ୍ରଶସ୍ତ୍ର ଅଛି। ରୁଷ୍ ପାଖରେ ଅନେକ ଆଣବିକ ଅସ୍ତ୍ରଶସ୍ତ୍ର ଅଛି ଏବଂ ଚୀନ୍ ପାଖରେ ବହୁତ କିଛି ଅଛି। ଏହା ପୂର୍ବରୁ ଗୁରୁବାର ଟ୍ରମ୍ପ ଆମେରିକାର ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ତୁରନ୍ତ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇସାରିଛି କିନ୍ତୁ ସମୟ କିମ୍ବା ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us