ପଳାସୁଣୀ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, ସପ୍ତାହକରେ ୭ ଦୁର୍ଘଟଣା

Advertisment

ଗଡ଼ିଲାଣି ୩ ମୁଣ୍ତ, ୫ ଆହତ

ଗଡ଼ିଲାଣି ୩ ମୁଣ୍ତ, ୫ ଆହତ

ଟ୍ରକ୍‌ ମାଡ଼ିଯାଇ ୨ ମୃତ, ଜଣେ ଗୁରୁତର

ଭୁବନେଶ୍ବର: ପଳାସୁଣୀ ସମ୍ମୁଖ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକମାନେ ରାସ୍ତାରେ ଯିବାକୁ ଭୟ କଲେଣି। କାରଣ ଗତ ସପ୍ତାହକ ମଧ୍ୟରେ ୭ଟି ଦୁର୍ଘଟଣାରେ ୩ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ୩ଟି ବଡ଼ ଦୁର୍ଘଟଣା ଏବ˚ ଏକାଧିକ ଛୋଟ ଦୁର୍ଘଟଣା ଘଟିଛି। ୩ଟି ବଡ଼ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗବାର ସନ୍ଧ୍ୟା‌ରେ ରସୁଲଗଡ଼ ଓଭରବ୍ରିଜ୍‌ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ପଳାସୁଣୀ ଛକ ନିକଟରେ ବାଇକ୍‌ରେ ଯାଉଥିବା ଜ‌େଣ ଯୁବକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ସପ୍ତାହକ ମଧ୍ୟରେ ଉକ୍ତ ସ୍ଥାନରେ ଏଭଳି ୭ରୁ ଅଧିକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଦ୍ରୁତ ଗତି ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଯୋଗୁଁ ଏଠାରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା କୁହାଯାଉଛି। ଓଭରବ୍ରିଜ୍‌ରୁ ଗଡ଼ୁଥିବା ବେଳେ ଚାଳକମାନେ ଗତିରେ ନିୟନ୍ତ୍ରଣ ହରାଇ ଦେଉଛନ୍ତି। ଫଳରେ ଏପରି ଦୁର୍ଘଟଣା ଘଟୁଛି। ଏହାଛଡ଼ା ଲୋକମାନେ ନିୟମ ଉଲ୍ଲଂଘନ କରି ରାସ୍ତା ପାର ହେଉଥିବା ବେଳେ ମଧ୍ୟ ଦୁର୍ଘଟଣା ଘଟୁଛି। ଅନ୍ୟପଟେ ବାରମ୍ବାର ଦୁର୍ଘଟଣା ନେଇ ସ୍ଥାନୀୟ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, ରାସ୍ତାରେ ବାଲି ଜମା ହେବାରୁ ଦୁର୍ଘଟଣା ଘଟୁଛି। ଦୀର୍ଘ ଦିନ ଧରି ଜାତୀୟ ରାଜପଥ ପାର୍ଶ୍ବରେ ଜମା ହୋଇଥିବା ବାଲି ସଫା ହେଉନାହିଁ। ବାଲି ଯୋଗୁଁ ଗାଡ଼ିଗୁଡ଼ିକ ସ୍ଲିପ୍‌ କରିବାରୁ ଏଭଳି ଦୁର୍ଘଟଣା ଘଟୁଛି। ସେହିପରି ରାତିରେ ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ମଧ୍ୟ ଦୁର୍ଘଟଣାର ଆଉ ଏକ କାରଣ। ଏନେଇ ଜାତୀୟ ରାଜପଥ କତୃର୍ପକ୍ଷ ଓ କମିସନରଟ୍‌ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe