ଲୁପ୍ତପ୍ରାୟ ଲୋକକଳାରେ ପଲ୍ଲୀ ସଙ୍ଗୀତ

ଲୁପ୍ତପ୍ରାୟ ଲୋକକଳାରେ ପଲ୍ଲୀ ସଙ୍ଗୀତ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଆଜି ଭାରତୀୟ ବିଦ୍ୟାଭବନର ମୁନ୍‌ସୀ ହଲଠାରେ ଜମିଥିଲା ଲୁପ୍ତପ୍ରାୟ ଲୋକକଳାର ୫୩ତମ ସନ୍ଧ୍ୟା। ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ପଦ୍ମାଳୟା ଗରାବଡୁ, ସଙ୍ଗୀତା ଗୋସାଇଁ, ସୁମିତ୍ରା ମହାପାତ୍ର ଓ ସୁମିତା ଗରାବଡ଼ୁ ୪୦ ଦଶକର ପଲ୍ଲୀ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଗାଁ ଦାଣ୍ଡ, ଶାଗ ଖିଆ, ଚାଲୁଣି ଚଲାଣି, ଗଇଣ୍ଠାଳ ପରି ଅନେକ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

ଗୁରୁ ସଚ୍ଚିଦାନନ୍ଦ ଦାସ ମର୍ଦ୍ଦଳ ବାଦନ କରିଥିଲେ। ଆଜିର ଏହି ସନ୍ଧ୍ୟାରେ ଅତିଥି ଭାବେ ମାର୍ଦଳ ଗୁରୁ ବନମାଳୀ ମହାରଣା ଓ ସୁନିତା ମହାପାତ୍ର ଯୋଗଦେଇଥିଲେ। ଶେଷରେ ମନ୍ମଥ କୁମାର ଶତପଥୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe