ଧୁମ୍‌ଧାମ୍‌ରେ ପାଳିତ ହେଲା ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ

Advertisment

ପୂଜା, ହୋମ, ଭଜନକୀର୍ତ୍ତନରେ କମ୍ପିଲା ମନ୍ଦିର

ପୂଜା, ହୋମ, ଭଜନକୀର୍ତ୍ତନରେ କମ୍ପିଲା ମନ୍ଦିର

ଧୁମ୍‌ଧାମ୍‌ରେ ପାଳିତ ହେଲା ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ

ଭୁବନେଶ୍ବର: ଆଜି ମହାବିଷୁବ ସଂକ୍ରାନ୍ତି ବା ପବିତ୍ର ପଣା ସଂକ୍ରାନ୍ତି ଅବସରରେ ରାଜଧାନୀବାସୀ ମହା ଧୁମ୍‌ଧାମ୍‌ରେ ଓଡ଼ିଆ ନବବର୍ଷ ପାଳନ କରିଛନ୍ତି। ଏଥିସହିତ ଆଜି ହନୁମାନ ଜୟନ୍ତୀ ଓ ଜୈନ ମହାବୀର ଜୟନ୍ତୀ ତିଥି ଥିବାରୁ ବିଭିନ୍ନ ମହଲରେ ଉତ୍ସବର ମାହୋଲ ଦେଖାଯାଇଥିଲା। ତେଣୁ ଆଜି ପୂରା ରାଜଧାନୀ ଉତ୍ସବମୁଖର ହୋଇଉଠିଥିଲା।

ଆଜି ସକାଳୁ ପିଲାଠୁ ପ୍ରାପ୍ତ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଶିବ ମନ୍ଦିରକୁ ଯାଇ ସଂକ୍ରାନ୍ତି ପୂଜା କରିଥିଲେ। ସେହିଭଳି ମେରୁଯାତ୍ରା ପାଇଁ ବିଭିନ୍ନ ଶକ୍ତି ପୀଠରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା। ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରେ ବି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରାୟ ସବୁ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ ଓ ହୋମଯଜ୍ଞ ଆୟୋଜନ କରାଯାଇଥିଲା। ଜୈନ ଧର୍ମାବଲମ୍ବୀମାନେ ମହା ସମାରୋହରେ ମହାବୀରଙ୍କ ପୂଜାର୍ଚ୍ଚନା କରିଥିଲେ। ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଲୋକମାନେ ଘରେ ରହି ପ୍ରତୀକାତ୍ମକ ଢଙ୍ଗରେ ଏହି ସବୁ ଉତ୍ସବ ପାଳନ କରିଥିବାବେଳେ ଚଳିତ ବର୍ଷ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ତେବେ ପଣା ସଂକ୍ରାନ୍ତି ବିଧି ଓ ପରମ୍ପରା ଅନୁସାରେ ଆଜି ସବୁଆଡ଼େ ପଣାର ମହକ ଭରି ରହିଥିଲା।

ପ୍ରାୟ ସବୁ ମନ୍ଦିରରେ ପଣା ଭୋଗ ଲାଗି ହୋଇଥିଲା ଓ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ପଣା ବଣ୍ଟନରୁ ବାଦ୍‌ ପଡ଼ିନଥିଲେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ। ସେମାନେ ରାଜପଥ କଡ଼ରେ ଲୋକଙ୍କୁ ପଣା ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ରାଜପଥ କଡ଼ ଷ୍ଟଲ୍‌ଗୁଡ଼ିକରେ ଭଲ ଭିଡ଼ ଦେଖିବାକୁ ମିଳିଥିଲା। ପଣା ସଂକ୍ରାନ୍ତି ଅବସରରେ ଲୋକମାନେ ନିଜ ନିଜ ଘରର ଚଉରା ଉପରେ ମାଟି ମାଠିଆରେ ପାଣି ରଖି ତୁଳସୀ ପୂଜା କରିଥିଲେ। ଏହାକୁ ବସୁନ୍ଧରା ଠେକି କୁହାଯାଏ। ବଡ଼ କଥା ହେଉଛି ଆଜି ଓଡ଼ିଆ ନବବର୍ଷ ହୋଇଥିବାରୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟି ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe