ବାଲିଅନ୍ତା: ଜମୁଛି ନିର୍ବାଚନ ପ୍ରଚାର; ପ୍ରସାଦ ଖାଅ, ପାଦୁକ ଛୁଅଁ

Advertisment

ଅଟୋରେ ଘର ଘର ବୁଲୁଛି ଅବଢ଼ା

ଅଟୋରେ ଘର ଘର ବୁଲୁଛି ଅବଢ଼ା

ଏକାମ୍ର ନିର୍ବାଚନମଣ୍ଡଳୀ: ବି‌ଜେଡି ବିଜୟ ପଥ ଏଥର ବି ସୁଗମ ତ?

ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ନିର୍ବାଚନ ପ୍ରଚାର ଜୋର୍‌ ଧରିବା ଆରମ୍ଭ କରିଛି। ପ୍ରାର୍ଥୀମାନେ ଆରମ୍ଭରୁ ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବାକୁ ଜୋର୍‌ଦାର୍‌ ପ୍ରୟାସ ଆରମ୍ଭ କରିଛନ୍ତି। କର୍ମୀମାନେ ମଦ ମାଂସରେ ଭାସୁଥିବା ବେଳେ ସାଧାରଣ ଭୋଟରଙ୍କ ପାଇଁ ମନ୍ଦିର ପ୍ରସାଦ ମୁଖ୍ୟ ହୋଇଛି। ଭୋଟରଙ୍କୁ ମନ୍ଦିରରେ ପ୍ରସାଦ ଖୁଆଇବା ପରେ ପାଦୁକ ଛୁଆଁଇ ଶପଥ କରାଯାଉଛି। ସେହିଭଳି କିଛି ପ୍ରାର୍ଥୀ ଅଟୋରେ ଅବଢ଼ା ଲଦି ଘରଘର ବାଣ୍ଟୁଥିବା ଦେଖିବାକୁ ମିଳିଛି।

ଏବେ ଏହି ବ୍ଲକ୍‌ର ବିଭିନ୍ନ ମନ୍ଦିରରେ ପ୍ରାର୍ଥୀମାନେ ପ୍ରସାଦସେବନର ବ୍ୟବସ୍ଥା କରାଉଛନ୍ତି। ଦୁଲ୍ଲାଦେବୀ ମନ୍ଦିର, ତ୍ରିବେଣୀଶ୍ବର ମନ୍ଦିର, ନିକୁଞ୍ଜ ବିହାରୀ ମନ୍ଦିର ଭଳି ଅନ୍ୟାନ୍ୟ ମନ୍ଦିରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି। ଭୋଟରମାନେ ପ୍ରସାଦ ପାଇବା ପରେ କର୍ମୀମାନେ ସେମାନଙ୍କୁ ପା‌ଦୁକ ଛୁଆଁଉଛନ୍ତି। ଏବେ ବ୍ଲକ୍‌ ସାରା ଏମିତି ରଣନୀତି ଚାଲିଛି। ଗତକାଲି ଜଣେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଏକ ଅଟୋରେ ଅବଢ଼ା ଲଦି ଘରଘର ବାଣ୍ଟୁଥିଲେ। ସ୍ଥାନୀୟ ଏକ ଗାଁରେ ଏହାକୁ କିଛି ଭୋଟର ବିରୋଧ କରିବାରୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଅଟୋଟି ଗାଁରୁ ପଳାଇଥିଲା। ତେବେ କିଛି ପ୍ରାର୍ଥୀ ଆଞ୍ଚଳିକ ସମସ୍ୟାକୁ ମୁଦ୍ଦା କରି ଭୋଟ ଭିକ୍ଷା କରୁଥିବା ବି ଦେଖିବାକୁ ମିଳୁଛି। ବଡ଼ କଥା ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆଉ ସୁଯୋଗ ନଥିଲେ ମଧ୍ୟ ଏବେ ବି କିଛି ପ୍ରାର୍ଥୀଙ୍କୁ ନିର୍ବାଚନ ମୈଦାନରୁ ଓହରିଯିବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ଗୁପ୍ତସ୍ଥାନରେ ବିଚାରବିମର୍ଷ ଚାଲିଛି। ଭୋଟ ବିଭାଜନ କରୁଥିବା କିଛି ଡମି ପ୍ରାର୍ଥୀଙ୍କୁ ମୈଦାନରୁ ଓହରାଇ ଦେବାକୁ କଳେ‌ବଳେ ଚେଷ୍ଟା କରାଯାଉଛି। ଏଥିପାଇଁ ମୂଲଚାଲ୍ ଚାଲିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe