ପଞ୍ଚାୟତ ଆଲୁଅ, ବିଏମ୍‌ସି ଅଞ୍ଚଳ ଅନ୍ଧାର

Advertisment
ପଞ୍ଚାୟତ ଆଲୁଅ, ବିଏମ୍‌ସି ଅଞ୍ଚଳ ଅନ୍ଧାର

ଚନ୍ଦ୍ରଶେଖରପୁର: ଦିନେ କି ଦୁଇ ଦିନ ‌ନୁହେଁ ଦୁଇ ମାସରୁ ଅଧିକ ଦିନ ହେବ ବିଏମ୍‌ସି ଅଞ୍ଚଳର ଷ୍ଟ୍ରିଟଲାଇଟ୍ ଅଚଳ ହୋଇରହିଛି। ଯାହାକୁ ନେଇ ଶହ ଶହ ଲୋକ ଅନ୍ଧା‌ରରେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏପରି ସ୍ଥିତି ଦେଖିବାକୁ ମିଳିଛି ପଳାଶୁଣି-ମଞ୍ଚେଶ୍ବର-ପଟିଆ ପୁରୀ କେନାଲ ବନ୍ଧ ରାସ୍ତାରେ। ପଳାଶୁଣିରୁ ପୁରୀ କେନାଲ ବନ୍ଧର କାଳିଖମା ପର୍ଯ୍ୟନ୍ତ ବିଏମ୍‌ସି ଅଧୀନରେ ରହିଛି। ହେଲେ ଏହି ରାସ୍ତାରେ ଷ୍ଟ୍ରିଟଲାଇଟ୍ ଅଚଳ ଥିବାରୁ ଗତ ଦୁଇ ମାସ ମଧ୍ୟରେ ୩ଟି ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ଆଲୋକୀକରଣ ନେଇ ପ୍ରଶାସନର ନିଘାନାହିଁ। ଅପରପକ୍ଷରେ କାଳିଖମା ବ୍ରିଜ୍ ଆର ପାଖ ଇଞ୍ଜଣା ପଞ୍ଚାୟତ ଅଧୀନରେ ଥିଲେ ମଧ୍ୟ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ‌ସମସ୍ତ ‌‌‌‌ଷ୍ଟ୍ରିଟ୍‌ଲାଇଟ୍ ଜଳୁଛି।

ଯାହାଦେଖି ‌ଏହି ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ପଞ୍ଚାୟତ ଆଲୋକିତ ଥିଲା ବେଳେ ବିଏମ୍‌ସି ଅଞ୍ଚଳ କିପରି ମାସମାସ ଧରି ଅନ୍ଧାରରେ ରହୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟ କୁହନ୍ତି ନିର୍ବାଚନ ପାଇଁ କାମ ‌ହୋଇପାରୁ ନଥିଲା କିଛି ଦିନ ମଧ୍ୟରେ ପୁରୀ କେନାଲ ରାସ୍ତାର ସମସ୍ତ ଷ୍ଟ୍ରିଟ୍‌ଲାଇଟ୍‌ ତୁରନ୍ତ ମରାମତି କରାଯିବ।
ସୂଚନା ଥାଉକି ଗତ ମାସ ୧୩ ତାରିଖ ରାତିରେ ନନ୍ଦନକାନନ ଦିଗରୁ ଆସୁଥିବା ଏକ କାର୍ ରାସ୍ତା ଉପରେ ମାଟି ଗଦା ହୋଇଥିବାରୁ ନିୟନ୍ତ୍ରଣ ହରାଇ ପୁରୀ କେନାଲ ଭିତରକୁ ଗଳିପଡ଼ିଥିଲା। ସେଥିରେ ଥିବା ୪ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସେହିଭଳି ଭୋଟପଡ଼ା ସାଇଫନ୍ ନିକଟରେ ବିଳମ୍ବିତ ରାତିରେ ଜଣେ ବାଇକ୍ ଆରୋହୀ ରାସ୍ତା ଜାଣିନପାରି ବନ୍ଧ ତଳକୁ ଖସି ଗୁରୁତର ଆହତ ହୋଇଥିଲେ। ଗତ ୧୨ ତାରିଖରେ ଏକ ଅଟୋ କାଳିଖମା ନିକଟରେ ଥିବା ପୁରୁଣା ବ୍ରିଜ୍ ସହ ପିଟି ହୋଇ କେନାଲ ଭିତରେ ଗଳିପଡ଼ିବା ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନ ବିଏମ‌୍‌ସି ଅଧୀନରେ ଥିବା ପୁରୀ କେନାଲ ବନ୍ଧ ରାସ୍ତା କାମ ଚାଲିଛି। ଫଳରେ ବନ୍ଧ ରାସ୍ତାରେ ଗୋଡ଼ି, ବାଲି, ଚିସ୍ପ୍‌ ଏବଂ କାମ କରୁଥିବା ମେସିନ୍ ରଖାଯାଉଛି। ଏହି ଅଞ୍ଚଳ ଅନ୍ଧାର ରହୁଥିବାରୁ କମ ଗାଡ଼ି ଆଲୁଅରେ ଯାନବାହନ ରାସ୍ତାକଡ଼ରେ ଗଦାଯାଇଥିବା ନିର୍ମାଣ ସାମଗ୍ରୀରେ ପିଟି ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe