ପଞ୍ଚାୟତିରାଜ ଅନୁଷ୍ଠାନର ମୌଳିକ ଲକ୍ଷ୍ୟ ପୂରଣ କରାଯାଉ

Advertisment

ତ୍ରିସ୍ତରୀୟ ପଞ୍ଚାୟତ ପରିଷଦର ବୈଠକ

ତ୍ରିସ୍ତରୀୟ ପଞ୍ଚାୟତ ପରିଷଦର ବୈଠକ

ପଞ୍ଚାୟତିରାଜ ଅନୁଷ୍ଠାନର ମୌଳିକ ଲକ୍ଷ୍ୟ ପୂରଣ କରାଯାଉ

ଭୁବନେଶ୍ୱର :ତୃଣମୂଳସ୍ତରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚାଇବାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରତିନିଧି ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କିନ୍ତୁ ଏପର୍ଯ୍ୟନ୍ତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ଷମତା ହସ୍ତାନ୍ତର ଓ ଗ୍ରାମ ସ୍ୱରାଜର ମୌଳିକ ଲକ୍ଷ୍ୟ ପୂରଣ କରାଗଲା ନାହିଁ। ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରକୃତ କାର୍ଯ୍ୟକାରିତା ନେଇ ଏହାର ମୌଳିକ ଲକ୍ଷ୍ୟ ପୂରଣ କରାଯିବା ଦରକାର। ଆଜି ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ବୈଠକରେ ଏପରି ମତପ୍ରକାଶ ପାଇଛି। ଜଗନ୍ନାଥ ସ୍ୱାଇଁ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସରପଞ୍ଚ ସଂଘ ସଭାପତି ପ୍ରଦ୍ୟୁମ୍ନ ଜେନା, ବ୍ଲକ ଚେୟାରମ୍ୟାନ ସଂଘ ସଭାପତି ସରୋଜ ସାହୁ, ପରିଷଦର ଉଭସଭାପତି ସୌଭାଗ୍ୟ ନାୟକ, ସାଧାରଣ ସମ୍ପାଦକ ସମୀର ସାମନ୍ତରାୟ , ଜିଲ୍ଲାପରିଷଦ ସଂଘର ପ୍ରଣବ ପଟେଲ ପ୍ରମୁଖ ବୈଠକରେ ଭାଗ ନେଇଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳର ପଞ୍ଚାୟତିରାଜ ପ୍ରତିନିଧି ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe