ପଞ୍ଚମ‌ବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ତୃତୀୟ ସନ୍ଧ୍ୟାରେ ‘ଅଲ୍ଲୀ ଆଲୋକ ଆଲବର୍ଟ’

Advertisment
ପଞ୍ଚମ‌ବେଦ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ: ତୃତୀୟ ସନ୍ଧ୍ୟାରେ ‘ଅଲ୍ଲୀ ଆଲୋକ ଆଲବର୍ଟ’

ଭୁବନେଶ୍ବର: ଜୀବନରେ ସୁଖ ସମୃଦ୍ଧିର ମୋହ ଓ ଧନ ସମ୍ପତ୍ତି ପ୍ରତି ଆସକ୍ତି ପ୍ରାୟ ପ୍ରତ୍ୟେକ ମଣିଷର ରହିଛି। ସେ ସବୁକୁ ପାଇବା ପାଇଁ କିଏ ସଚ୍ଚୋଟତାକୁ ଆୟୁଧ କରେ ତ କିଏ ପୁଣି ଜଘନ୍ୟ ଅପରାଧ ଘଟାଇବାକୁ ପଛାଏ ନାହିଁ। ଅପରାଧୀ ଯେତେ ଧୂର୍ତ୍ତ ହେଲେ ବି ତା’ କାହାଣୀର ଅନ୍ତ ଜେଲ୍‌ର ଅନ୍ଧାରୁଆ ସେଲ୍‌‌ରେ ହିଁ ହୋଇଥାଏ। ଆଇନ ସହ କିଛି ସମୟ ପାଇଁ ଲୁଚକାଳି ଖେଳି ହୁଏ ସିନା, ତା’ ଆଖିରେ ଧୂଳି ଦେଇ ସବୁଦିନ ପାଇଁ ଲୁଚି ହୁଏନି। ଖରାପ କର୍ମ ପାଇଁ ଦିନେ ନିଶ୍ଚିତ ନିନ୍ଦିତ ହେବାକୁ ପଡ଼େ।

ଏମିତି ଏକ କାହାଣୀକୁ ନେଇ ଆଜି ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଅଲ୍ଲୀ ଆଲୋକ ଆଲବର୍ଟ’। ପଞ୍ଚମବେଦ ଓ ସୃଷ୍ଟି ଥିଏଟର୍‌ର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଏହି ନାଟକ ଦର୍ଶକଙ୍କ ମନ ଛୁଇଁଥିଲା। ଦିଲ୍ଲୀପ ବଳବନ୍ତରାୟଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ତୃତୀୟ ସନ୍ଧ୍ୟାର ଅତିଥି ଭାବେ ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାଗ୍ୟଲିପି ମଲ୍ଲ, ପଞ୍ଚଧ୍ୟାନ ନାଟ୍ୟ ପରିଷଦର ଅଧ୍ୟକ୍ଷ ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚମବେଦର କାର୍ଯ୍ୟକାରୀ ସଭାପତି ହରେନ୍‌ ସାହୁ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe