ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ ସମାରୋହ

Advertisment

ଅସିତ ମହାନ୍ତିଙ୍କୁ ‘ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’

ଅସିତ ମହାନ୍ତିଙ୍କୁ ‘ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’

ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ ତମ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ପ୍ରଖ୍ୟାତ ଲେଖକ, କୃତବିଦ୍ୟ ଅନୁବାଦକ ତଥା ସମଗ୍ର ରାଜ୍ୟରେ ପୋଥିନାଥ ଭାବେ ପରିଚିତ ପଣ୍ଡିତ ନୀଳମଣି ମିଶ୍ରଙ୍କ ୯୩ତମ ଜୟନ୍ତୀ ସମାରୋହ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପରିସରରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ସଭାପତି ଅବସରପ୍ରାପ୍ତ ଆଇଏଏସ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବିଶିଷ୍ଟ ଭାଷାବିଜ୍ଞାନୀ ଦେବୀପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପାଧିର ବହୁ ଊର୍ଦ୍ଧ୍ବରେ ଏହି କୃତିସନ୍ତାନ ବୋଲି ମତ ଦେଇ ପଣ୍ଡିତ ନୀଳମଣିଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ଵ ଉପରେ ଆଲୋକପାତ କରିଥିଲେ। ଡକ୍ଟର ହୃଦାନନ୍ଦ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଣେ ନିଷ୍ଠାପର ସାରସ୍ଵତ ସାଧକ ଭାବେ ପଣ୍ଡିତ ମିଶ୍ରଙ୍କ ଅବଦାନର ମୂଲ୍ୟାୟନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଅନୁବାଦକ ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତିଙ୍କୁ ‘ପଣ୍ଡିତ ନୀଳମଣି ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା।

ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ପଣ୍ଡିତ ମିଶ୍ରଙ୍କ ଅନୁବାଦ ଓ ସମ୍ପାଦନାର ତୁଳନା ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ପାଣି ପ୍ରାରମ୍ଭିକ ସୂଚନା ଓ ଜେନାମଣି ସଞ୍ଜୀବ କୁମାର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ ସମ୍ପାଦକ ଡକ୍ଟର ଦେବାଶିଷ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶକୁନ୍ତଳା ବଳିୟାରସିଂ, ପ୍ରଫେସର ଗୋପାଳକୃଷ୍ଣ ଦାଶ, ସୁରେନ୍ଦ୍ର କୁମାର ମହାରଣା, ମନ୍ମଥ କୁମାର ଶତପଥୀ, ଭାଗିରଥୀ ମହାସୁଆର, ସୁଚେତା ରାଉତ ଓ ପଣ୍ଡିତ ମିଶ୍ରଙ୍କ ପରିବାର ପକ୍ଷରୁ ପ୍ରସନ୍ନ କୁମାର ସାମନ୍ତ, ବିମଳ କିଶୋର ମିଶ୍ର, ଜୟଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଅରୁଣ କୁମାର ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe