ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମାଲୋଚନା ଉଚ୍ଚକୋଟୀର

ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମାଲୋଚନା ଉଚ୍ଚକୋଟୀର

ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅଗ୍ରସାରଥୀ। ନୀଳକଣ୍ଠଙ୍କ ସମାଲୋଚନା ଥିଲା ଉଚ୍ଚକୋଟୀର। ସଂସ୍କୃତି ବିଷୟରେ ତାତ୍ତ୍ୱିକ କଥା ସହ ତାଙ୍କର ଅନନ୍ୟ ଦୃଷ୍ଟିଭଙ୍ଗୀ, ସମାଲୋଚନାର ବୈଚିତ୍ର୍ୟ, ଓଡ଼ିଆ ସଂସ୍କୃତି ସମ୍ପର୍କିତ ଗଭୀର ମନନ ତାଙ୍କୁ ସଦା ସ୍ମରଣୀୟ ରଖିବ ବୋଲି କହିଛନ୍ତି ବିଶିଷ୍ଟ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୁଣ୍ୟତିଥି ଅବସରରେ ‘ପଣ୍ଡିତ ନୀଳକଣ୍ଠ ଦାସ: ଭାଷା, ସାହିତ୍ୟ ଓ ସଂସ୍କୃତି’ ଶୀର୍ଷକ ବିଷୟ ଉପରେ ସ୍ମାରକୀ ବକ୍ତତା ରଖି ସେ ଏହା କହିଛନ୍ତି। ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପଣ୍ଡିତ ନୀଳକଣ୍ଠ ଦାସ ସାହିତ୍ୟ ମାଧ୍ୟମରେ ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରିଛନ୍ତି। ଓଡ଼ିଆ ସାହିତ୍ୟ ଓ ରାଜନୀତିର ଯୁଗଳ ଯାତ୍ରାରେ ସେ ଅନ୍ୟତମ ଅଗ୍ରଣୀ ପଥ ପ୍ରଦର୍ଶକ ଥିଲେ ବୋଲି କହିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଏକାଡେମିର ସଚିବ ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ତନୟା ଗୋସ୍ୱାମୀଙ୍କ ପରିଚାଳନାରେ ଆବାହନୀ ସଂଗୀତ ପରିବେଷିିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe