ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ: ସେ ଥିଲେ ଆଦିବାସୀ ସମାଜର ମର୍ଯ୍ୟାଦା ପୁରୁଷ

Advertisment
ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ: ସେ ଥିଲେ ଆଦିବାସୀ ସମାଜର ମର୍ଯ୍ୟାଦା ପୁରୁଷ

ଭୁବନେଶ୍ବର: ରଘୁନାଥ ମୁର୍ମୁ ଥିଲେ ଆଦିବାସୀ ସମାଜର ମର୍ଯ୍ୟାଦା ପୁରୁଷ। ଆଦିବାସୀମାନେ କିଭଳି ଶିକ୍ଷିତ ‌ହୋଇ ପ୍ରତିଷ୍ଠା ଅର୍ଜନ କରିବେ ଏବଂ ଆଦିବାସୀ ସଂସ୍କୃତି କିଭଳି ସର୍ବତ୍ର ଆଦୃତ ହେବ, ସେନେଇ ତାଙ୍କର ଅବଦାନ ସର୍ବଦା ମନେ ରହିବ। ‘ଓଡ଼ିଶା ସାହିତ୍ୟ ଏକାଡେମି’ ଓ ‘ଆଦିମ୍‌ ଅୱାର ଜାର୍ପା’ର ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଏପରି ମତ ରଖିଛନ୍ତି ବିଶିଷ୍ଟ ଅତିଥିବୃନ୍ଦ। ବରିଷ୍ଠ ସାହିତ୍ୟିକ ତଥା ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଚିବ ରାଜକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ‌ବେଳେ ଗବେଷକ ଡ. ଅନନ୍ତ ଚରଣ ସାହୁ ସମ୍ମାନିତ ଅତିଥି ଏବଂ ସମାଜସେବୀ ତଥା ଲେଖକ ଜଗନ୍ନାଥ ମୁର୍ମୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ରଘୁନାଥ ମୁର୍ମୁଙ୍କ ମହନୀୟତା ଉପରେ ଆଲୋକପାତ କରିଥିଲେ। ଆଦିମ୍‌ ଅୱାର ଜାର୍ପା ଅନୁଷ୍ଠାନର ସଭାପତି କାରୁ ମୁର୍ମୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମି କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାଗୀରଥି ମହାସୁଆର ସ୍ବାଗତ ଭାଷଣ ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇଥିଲେ ଏକାଡେମିର ବରିଷ୍ଠ ସହଯୋଗୀ ସଂଜୟ କୁମାର ଛୁଆଳସିଂହ। ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe