ପନ୍ନୁ ଡର... ରାତି ସାରା ଧରପଗଡ଼

Advertisment

ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି।

ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି।

fshfhfhhf

ଭୁବନେଶ୍ବର: ଡିଜିପି ସମ୍ମିଳନୀ ସମୟରେ ଆକ୍ରମଣ ପାଇଁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକକୁ ଆଖିଆଗରେ ରଖି ଆଜି ସହରରେ ରାତିଅଧିଆ ଯାଞ୍ଚକୁ ଅତି କଡ଼ାକଡ଼ି କରାଯାଇଛି। ରାଜଧାନୀର ୨୦ରୁ ଅଧିକ ସମ୍ବେଦନଶୀଳ ସ୍ଥାନରେ କଡ଼ା ଚେକିଂ ହେଉଛି। ସିଆର୍‌ପିଏଫ୍‌ ଓ ଓଡ଼ିଶା ପୁଲିସ ମିଳିତ ଭାବେ ଯାଞ୍ଚ ଚଳାଇଛନ୍ତି। ବିଶେଷକରି ରାଜ୍ୟ ଅତିଥିଭବନ ବାହାରେ ଓ ତା’ର ଆଖପାଖ ଅଞ୍ଚଳ ଯାଞ୍ଚ କରାଯାଉଛି। ପ୍ରତି ଗାଡ଼ିକୁ ଅଟକାଇବା ସହ ଗାଡ଼ି ଭିତର, ଡିକି ଓ ଅନ୍ୟାନ୍ୟ ସ୍ଥାନକୁ ତନ୍ନତନ୍ନ ଯାଞ୍ଚ ହେଉଛି। ଗାଡ଼ି ଭିତରେ କୌଣସି ବ୍ୟାଗ୍ ବା ବନ୍ଦ ପ୍ୟାକେଟ୍‌ ଥିଲେ, ସେସବୁକୁ ବି ଖୋଲି ଯବାନମାନେ ଦେଖୁଛନ୍ତି। ଏହା ସହିତ ସାରା ସହରରେ ଆଜି ରାତିସାରା ପାଟ୍ରୋଲିଂ ଚାଲିଛି। ଉଲ୍ଲେଖନୀୟ ଯେ ଡିଜିପି ସମ୍ମିଳନୀ ଚାଲିଥିବାରୁ ସାରା ଦେଶର ନଜର ଏବେ ଭୁବନେଶ୍ବର ଉପରେ ରହିଛି। ଖାଲି ସେତିକି ନୁହେଁ, ପ୍ରଧାନ ମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ପରାମର୍ଶଦାତା ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି। ତେଣୁ ଏହାର ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe