ଭୁବନେଶ୍ବର: କାଶ୍ମୀରରେ ପଣ୍ଡିତମାନଙ୍କୁ ବାହାର କରାଯିବାର କାହାଣୀ ନେଇ ଆସୁଛି ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଶିକାରା’। ୧୯୯୦ ଜାନୁଆରି ୧୯ରେ ସଂଘଟିତ ଏହି ଲୋମହର୍ଷଣ ଘଟଣାରେ ହଜାର ହଜାର ପଣ୍ଡିତଙ୍କୁ ହତ୍ୟା କରାଯାଇଥିଲା। ଗତକାଲି ଅର୍ଥାତ ୨୦୨୦ ଜାନୁଆରି ୧୯ରେ ଏହା ୩୦ ବର୍ଷ ପୂରିଛି। ଏହିଭଳି ଏକ ଦାରୁଣ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଐତିହାସିକ ଚଳଚ୍ଚିତ୍ର ‘ଶିକାରା’। ଏହି ଚଳଚ୍ଚିତ୍ର ପାଇଁ ଅଡିସନ୍ରେ କାଶ୍ମୀର ପଣ୍ଡିତଙ୍କୁ ଅଂଶଗ୍ରହଣର ସୁଯୋଗ ମିଳିଥିବା ବେଳେ କାଶ୍ମୀରର ଆଦିଲ୍ ଖାନ୍ ଓ ସାଦିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳଚ୍ଚିତ୍ରରେ ସେଇ ୩୦ ବର୍ଷ ତଳର କାହାଣୀକୁ ଜୀବନ୍ତ କରିବା ପାଇଁ ଶରଣାର୍ଥୀ ଭାବେ ଜୀବନ ଅତିବାହିତ କରୁଥିବା କାଶ୍ମୀର ପଣ୍ଡିତଙ୍କୁ ମଧ୍ୟ ନିଜ ଚଳଚ୍ଚିତ୍ରରେ ନେଇଛନ୍ତି। ଏଥିସହ ପ୍ରମୁଖ ଭୂମିକାରେ ମଧ୍ୟ କିଛି କାଶ୍ମୀର ପଣ୍ଡିତଙ୍କୁ ଦେଖିବାକୁ ମିଳିବ। ଗତ ୭ ତାରିଖରେ ଏହାର ଟ୍ରେଲର ମୁକ୍ତିଲାଭ କରିଥିବା ବେଳେ ଫେବ୍ରୁଆରି ୭ରେ ଇତିହାସର ଏହି ଦୟନୀୟ କାହାଣୀକୁ ପ୍ରତ୍ୟକ୍ଷ କରିବାର ସୁଯୋଗ ପାଇବେ ଦର୍ଶକ।
ପରଦା: କାଶ୍ମୀର ପଣ୍ଡିତଙ୍କ କାହାଣୀ ‘ଶିକାରା’
Advertisment
Follow Us