ଲକଡାଉନ ଚାଲିଥିବା ଅବସରରେ ସମସ୍ତେ ଘରେ ଥିବାରୁ ଦୂରଦର୍ଶନ ପକ୍ଷରୁ କିଛି ନୂଆ ଲୋକପ୍ରିୟ ଧାରାବାହିକକୁ ମୂଳରୁ ଆରମ୍ଭ କରାଯାଇଛି। ଅଶି ଦଶକର ମହାଭାରତ ମଧ୍ୟ ପ୍ରସାରିତ ହେଉଛି। ଏହି ଅବସରରେ ସେତେବେଳେ ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିଥିବା ନୀତୀଶ ଭରଦ୍ବାଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ମହାଭାରତ ଚାଲୁଥିବା ସମୟରେ ଯଦି କରେଣ୍ଟ ପଳଉଥିଲା ତେବେ ଲୋକେ ରାଗି ଟ୍ରାନ୍ସଫର୍ମରରେ ନିଆଁ ଲଗେଇ ଦେଉଥିଲେ। ସେ କହିଛନ୍ତି ଯେ, ମତେ ସେତେବେଳେ ୨୩ ବର୍ଷ ହୋଇଥାଏ। ସେତେବେଳେ ମହାଭାରତ ଲୋକଙ୍କ ମନରେ ଘର କରିଦେଇଥିଲା। ଲୋକେ ମହାଭାରତ ଦେଖିବାକୁ ଏତେ ପାଗଳ ଥିଲେ ଯେ ବିହାର ଓ ଉତ୍ତରପ୍ରଦେଶରେ ଯଦି ସକାଳ ୯ରୁ ୧୦ଟା ମଧ୍ୟରେ ଲାଇନ୍ କଟିଯାଉଥିଲା, ତେବେ ଲୋକେ ଟ୍ରାନ୍ସଫର୍ମର ଜାଳି ଦେଉଥିଲେ। ଖୋଦ ବିଦ୍ୟୁତ ବିଭାଗ ହିଁ ଏପରି ବୟାନ ସେତେବେଳେ ରଖିଥିଲା। ନିତୀଶ କହିଛନ୍ତି ଯେ ମୁମ୍ବାଇରେ ମଧ୍ୟ ସ୍ଥିତି ସେହିଭଳି ଥିଲା। ସେ ରହୁଥିବା ବିଲ୍ଡିଂରେ କେବଳ ଦୁଇଟି ଘରେ ଟିଭି ଥିଲା। ମହାଭାରତ ପ୍ରସାରଣ ସମୟରେ ତାଙ୍କ ଘର ଦର୍ଶକରେ ଭରପୂର ହେଇଯାଉଥିଲା।
ମହାଭାରତ ଚାଲୁଥିବା ବେଳେ କରେଣ୍ଟ ପଳେଇଲେ ଲୋକେ ଟ୍ରାନ୍ସଫର୍ମର ଜାଳି ଦେଉଥିଲେ
Advertisment
Follow Us