ସରିଲା ପରେଡ୍‌ ରିହର୍ସାଲ‌‌

Advertisment
ସରିଲା ପରେଡ୍‌ ରିହର୍ସାଲ‌‌

ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପରେଡ୍ ପାଇଁ ଆଜି ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଅନ୍ତିମ ଅଭ୍ୟାସ ଅନୁଷ୍ଠିତ ହୋଇଯାଇଛି। ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏଠାରେ ଉପସ୍ଥିତ ରହି ପୂରା ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ। ଓଡ୍ରାଫ୍, ଓଏଏ୍‌ସପି ଓ ଏସ୍‌ଏସ୍‌ବି, ପୁଲିସ୍ ବ୍ୟାଣ୍ଡ୍‌ ପୂରା ବେଶ ପୋଷାକରେ ଅଭ୍ୟାସ କରିଥିଲେ। ଏବେ ବି କୋଭିଡ୍‌ କଟକଣା ଜାରି ରହିଥିବାରୁ ଏଥର ପରେଡ୍‌‌ରେ ଏହି ୩ଟି ଦଳ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି।

ସ୍ଥିତି ପରଖିଲେ ଡିଜି, କମିସନର୍
ଦିନରେ ରେଳଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡ, ରାତିରେ ହୋଟେଲ୍‌ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ଅପରପକ୍ଷେ, ଆଇନଶୃଙ୍ଖଳା ରକ୍ଷା ପାଇଁ ଏହି ରାଜ୍ୟସ୍ତରୀୟ ପରେଡ୍‌ ଉତ୍ସବ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସ୍ବାଧୀନତା ଦିବସ ପାଳନ ହେବ ବୋଲି ଜଣାଯାଇଛି। ଆଜି କମିସନରେଟ୍ ପୁଲିସ ଓ ରେଳବାଇ ପୁଲିସ ପକ୍ଷରୁ ମିଳିତ ଭାବେ ରେଳ ଷ୍ଟେସନ୍‌ରେ ମକ୍‌ଡ୍ରିଲ୍ କରାଯାଇଥିଲା। ଜିଆର୍‌ପି, ଆର୍‌ପିଏଫ୍, ଖାରବେଳନଗର ଥାନା, କ୍ୟାପିଟାଲ ଥାନା, ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ୍ ସମେତ ଜୋନ୍ ଏସିପି ମାନସ ଗଡ଼ନାୟକଙ୍କ ନେତୃତ୍ବରେ ରେଳଷ୍ଟେସନ୍‌ରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ଏହାସହ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା। ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ହୋଟେଲ୍‌ରେ କମିସନରେଟ୍ ପୁଲିସର ଥାନାଗୁଡ଼ିକ ରୁମ୍‌ଗୁଡ଼ିକୁ ଯାଞ୍ଚ କରିଥିଲେ। ଆସନ୍ତାକାଲି ମଧ୍ୟ ହୋଟେଲ୍ ଓ ରାଜଧାନୀ ପ୍ରମୁଖ ଛକ, ଅନୁଷ୍ଠାନ ଓ ହୋଟେଲ୍‌ଗୁଡ଼ିକରେ ଯାଞ୍ଚ କରାଯିବ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe