ପୁରୁଣା ଭୁବନେଶ୍ବର: ସ୍ଥାନୀୟ ବିଏମ୍ ହାଇସ୍କୁଲ ପରିସରରେ ଅଭିଭାବକ-ଶିକ୍ଷକଙ୍କ ବୈଠକରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରଭାତ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟରେ ସ୍ବତନ୍ତ୍ର ସ୍ମାର୍ଟ କ୍ଲାସ୍ରେ ପିଲାମାନେ କିପରି ପଢ଼ିବେ ସେନେଇ ଆଲୋଚନା ହୋଇଥିଲା। ସ୍ମାର୍ଟ କ୍ଲାସରେ ପିଲାମାନେ କି ପ୍ରକାର ସୁବିଧା ପାଇବେ ସେ ନେଇ ଶ୍ରୀ ରଥ ସୂଚନା ଦେଇଥିଲେ।
ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଥିବା ଏହି ସ୍ମାର୍ଟ କ୍ଲାସ ରୂପାନ୍ତରଣ କରାଯାଇବା ସେ ସମ୍ବନ୍ଧରେ କହିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାରିକ, ଶିକ୍ଷୟିତ୍ରୀ ଆରତି ମିଶ୍ର, ସ୍ନିଗ୍ଧାରାଣୀ ପଟ୍ଟନାୟକ, ଜାନକୀ ବଲ୍ଲଭ ମିଶ୍ର, ଇତିଶ୍ରୀ ଆରଧନା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ସାମିଲ ହୋଇଥିଲେ।
Follow Us