ଲୟଲା ସ୍କୁଲରେ ପ୍ୟାରେଣ୍ଟ୍‌ସ ନାଇଟ୍

Advertisment
ଲୟଲା ସ୍କୁଲରେ ପ୍ୟାରେଣ୍ଟ୍‌ସ ନାଇଟ୍

ଭୁବନେଶ୍ବର: ଲୟଲା ସ୍କୁଲ ପକ୍ଷରୁ ଏଲ୍‌କେଜିରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆ‌େୟାଜିତ ଦୁଇଦିନିଆ ପ୍ୟାରେଣ୍ଟ୍‌ସ ନାଇଟ୍ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସଂଧ୍ୟାରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଆଜି ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ଶୁକ୍ରବାର ଆୟୋଜିତ କାର୍ଯ୍ୟକ୍ରମରେ ଏଲ୍‌କେଜିରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ। ଉଦ୍‌ଘାଟନୀ ସଂଧ୍ୟାରେ କଟକ ସେଣ୍ଟ୍ରାଲ ରେଞ୍ଜ୍‌ ଆଇଜି ନରସିଂହ ଭୋଳ ମୁଖ୍ୟ ଅତିଥି ଭା‌େବ ଯୋଗଦେଇଥିଲେ। ଏହି ଦୁଇ ଦିନରେ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଅଞ୍ଚଳର ଲୋକ ନୃତ୍ୟ, ଭାରତୀୟ ସେନା,କୃଷକ, ପର୍ବପର୍ବାଣୀ, ଦଶାବତାର, ଋତୁଚକ୍ର ଆଦି ଥିମ୍‌ ଉପରେ ନୃତ୍ୟ ପରିବେଷଣ କରିଥିଲେ।

ଏହି ଦୁଇଦିନର କାର୍ଯ୍ୟକ୍ରମରେ ସ୍କୁଲର ପ୍ରିନସିପାଲ୍‌ ଫାଦର୍‌ ଭିକ୍ଟର ମିସ୍‌କୁଇଥ୍, ଭାଇସ୍ ପ୍ରିନସିପାଲ ନନ୍ଦିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe