ପରିଚୟ ଫାଉଣ୍ତେସନ୍‌ ପକ୍ଷରୁ ଆର୍ଯ୍ୟା ସମ୍ମାନ: ‘ଓଡ଼ିଶା ଦକ୍ଷତାରେ ଭରପୂର ବିକଶିତ ରାଜ୍ୟ’

Advertisment
ପରିଚୟ ଫାଉଣ୍ତେସନ୍‌ ପକ୍ଷରୁ ଆର୍ଯ୍ୟା ସମ୍ମାନ: ‘ଓଡ଼ିଶା ଦକ୍ଷତାରେ ଭରପୂର ବିକଶିତ ରାଜ୍ୟ’

ଭୁବନେଶ୍ବର: ଓଡ଼ିଶା ଦକ୍ଷତାରେ ଭରପୂର ଏକ ବିକଶିତ ରାଜ୍ୟ। ଓଡ଼ିଶା ମାଟିରୁ କେହି ଦୂରେଇ ଯିବା ସମ୍ଭବ ନୁହେଁ। ମାନବ ଜାତି ବିକାଶର ଅନ୍ତର୍ନିହିତ ଦୃଷ୍ଟିକୋଣ ଓଡ଼ିଶାରେ ହିଁ ଉପଲବ୍ଧ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଆଜି ପରିଚୟ ଫାଉଣ୍ତେସନ୍‌ ତରଫରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଭାଗୀତାରେ ହୋଟେଲ୍‌ କ୍ରାଉନ୍‌ଠାରେ ଆୟୋଜିତ ଆର୍ଯ୍ୟା ସମ୍ମାନ ପ୍ରଦାନ ଉତ୍ସବର ସପ୍ତମ ସଂସ୍କରଣରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ ଏହା କହିଛନ୍ତି। ବିଶିଷ୍ଟ ଅତିଥି ଭାବେ ପଦ୍ମ ବିଭୂଷଣ ପଣ୍ତିତ ହରିପ୍ରସାଦ ଚୌରାସିଆ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୧୪ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ସମାଜସେବାରେ ଚିଦତ୍ମିକା ଖଟୁଆ ଓ ପୂରବୀ ପାତ୍ର, ଚିକିତ୍ସା ବିଜ୍ଞାନରେ ଡା. ସୁଜାତା କର, ସାହିତ୍ୟରେ ପାରମିତା ଶତପଥି, କଳା ଓ ସ˚ସ୍କୃତିରେ ମଧୁଲିତା ମହାପାତ୍ର, ସୁମିତ୍ରା ମହାପାତ୍ର, ମନୋରଞ୍ଜରେ ଆର୍ଯ୍ୟା ପଟ୍ଟନାୟକ, ଗଣମାଧ୍ୟମରେ ଜାଗୃତି ମହାନ୍ତି, ଅଣ ପାରମ୍ପରିକ ଉପଲବ୍ଧି କ୍ଷେତ୍ରରେ ମଧୁଲିକା ଦାଶ, ଏନ୍‌ଆରଓରେ ଡ. ଭାଗ୍ୟଶ୍ରୀ ସିଂହ, ଉଦ୍ୟମିତା କ୍ଷେତ୍ରରେ ପଲକ ଅଗ୍ରୱାଲ୍‌, ସାମଜିକ ଉଦ୍ୟମିତା କ୍ଷେତ୍ରରେ ପାୟଲ ପଟେଲ, କ୍ରୀଡ଼ାରେ ଅର୍ପିତା ମହାପାତ୍ର ଏବ˚ ସ୍ବତନ୍ତ୍ର ବିଭାଗରେ ସନ୍ତୋଷିନୀ ଦେଓଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଘାଟନୀ ସମାରୋହ ପରେ ‘ମହିଳାମାନଙ୍କ ନିମନ୍ତେ ହି˚ସା ମୁକ୍ତ ସମାଜ ଗଠନ’ ଶୀର୍ଷକ ଉପରେ ଏକ ଆଲୋଚନା ସଭା ଆୟୋଜନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଆୟକର କମିସନର ଓ ଲେଖିକା ପାରମିତା ଶତପଥି, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଅଭିନେତ୍ରୀ ଉଷସୀ ମିଶ୍ର ଏବ˚ ମହମ୍ମଦ ନୁରୟୁଦ୍ଦିନ ଅମିନ ଯୋଗଦେଇଥିଲେ। ଫାଉଣ୍ତେସନର ପ୍ରତିଷ୍ଠାତା ରୋଜାଲିନ୍‌ ପାଟ୍ଟଶାଣୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe