‘ମୋ ବସ୍‌’ ଷ୍ଟପ୍ ଆଗରେ ଗାଡ଼ି ପାର୍କିଂ ମହଙ୍ଗା ପଡ଼ିବ, ଆଜି ଉଠିଲା ୧୬ଟି ଗାଡ଼ି

‘ମୋ ବସ୍‌’ ଷ୍ଟପ୍ ଆଗରେ ଗାଡ଼ି ପାର୍କିଂ ମହଙ୍ଗା ପଡ଼ିବ, ଆଜି ଉଠିଲା ୧୬ଟି ଗାଡ଼ି

ଭୁବନେଶ୍ବର: ରାଜଧାନୀରେ ଥିବା ବିଭିନ୍ନ ‘ମୋ ବସ୍‌’ ଷ୍ଟପ୍ କିମ୍ବା ବସ୍‌ କ୍ୟୁ ସେଲ୍ଟର ସମ୍ମୁଖରେ ଗାଡ଼ି ପାର୍କିଂ କଲେ ମହଙ୍ଗା ପଡ଼ିବ। ଟ୍ରାଫିକ ପୁଲିସ ଗାଡ଼ି ଉଠାଇ ନେବା ସହ ଜରିମାନା ଆଦାୟ କରିବ। ଆଜି ପ୍ରଥମ ଦିନରେ ୧୬ଟି କାର୍‌ ଉଠା ଯାଇଥିବାବେଳେ ସମସ୍ତଙ୍କ ଠାରୁ ଜରିମାନା ଆଦାୟ ହୋଇଛି। ଆଗାମୀ ଦିନରେ ଏହି ଚଢ଼ଉ ଜୋରଦାର୍‌ ହେବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ପ୍ରାୟ ୧୦୦ଟି ବସ୍‌ କ୍ୟୁ ସେଲ୍‌ଟର ନିର୍ମାଣ ହୋଇଛି। ଅଧିକାଂଶ ସ୍ଥାନରେ ଲୋକମାନେ ଏହା ସମ୍ମୁଖରେ ବେଆଇନ ପାର୍କିଂ କରୁଥିବାରୁ ଏଠାରେ ‘ମୋ ବସ୍‌’ଅଟକି ପାରୁନି। ତେଣୁ ଏଠାରେ ନୋ ପାର୍କିଂ ହୋର୍ଡିଂ ଲଗାଇଥିଲୁ। ତଥାପି ଲୋକ ନମାନିବାରୁ ଏବେ ଗାଡ଼ି ଉଠାଇ ନେବାକୁ ନିଷ୍ପତ୍ତି ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe