୧୦ ପାର୍କର ପୁନରୁଦ୍ଧାର ସରିଲା, ଆଜିଠୁ ଖୋଲିବ

୧୦ ପାର୍କର ପୁନରୁଦ୍ଧାର ସରିଲା, ଆଜିଠୁ ଖୋଲିବ

YouTube

ଭୁବନେଶ୍ବର : ବାତ୍ୟାରେ ଛାରଖାର ହୋଇଯାଇଥିବା ରାଜଧାନୀର ପାର୍କଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ ବିଡିଏ ଓ ବିଏମ୍‌ସି ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଦିନରାତି ଏକକରି କର୍ମଚାରୀମାନେ ଏଠାରୁ ଭଙ୍ଗା ଗଛ ଓ ଡାଳ କାଢ଼ିବା ସହ ଭାଙ୍ଗି ଯାଇଥିବା ସରଞ୍ଜାମଗୁଡ଼ିକୁ ସଜାଡ଼ୁଛନ୍ତି। ୧୦ଟି ପାର୍କର ପୁନରୁଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ହୋଇଥିବାରୁ ଏହାକୁ ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ବିଡିଏ ରକ୍ଷଣାବେକ୍ଷଣ କରୁଥିବା ୫୭ଟି ପାର୍କ ମଧ୍ୟରୁ ଏବେ ବିଜୁ ପଟ୍ଟନାୟକ ପାର୍କ, ଆଇଜି ପାର୍କ, ବୁଦ୍ଧଜୟନ୍ତୀ ପାର୍କ, ମହାତ୍ମା ଗାନ୍ଧୀ ପାର୍କ, କେଳୁଚରଣ ମହାପାତ୍ର ପାର୍କ, ଖାରବେଳ ପାର୍କ, ମଧୁସୂଦନ ଦାସ ପାର୍କ, ନେତାଜୀ ସୁବାସଚନ୍ଦ୍ର ବୋଷ ପାର୍କ, କେ-୮ କଳିଙ୍ଗନଗର ପାର୍କ, ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବାରୁ ଏହାକୁ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିଜୁ ପଟ୍ଟନାୟକ ପାର୍କରେ ଗତ ଦୁଇ ଦିନ ହେଲା ୮୦ଜଣ ଲେଖାଏଁ କର୍ମଚାରୀ ଦିନରାତି କାମ କରୁଥିବା‌ବେଳେ ଏଠାରୁ ଟ୍ରାକ୍ଟରରେ ୨୦୦ଟ୍ରିପ୍ ଆବର୍ଜନା ବୁହାହୋଇଛି। ଏଠାରେ ଏବେ ବହୁ ସବୁଜ ଆବର୍ଜନା ଥିଲେ ବି ଏହାକୁ ତୁରନ୍ତ ଖାଲି କରିବା ସମ୍ଭବପର ନଥିବାରୁ ଆଉ କିଛି ଦିନ ଲାଗିବ। ବିଡିଏ ପକ୍ଷରୁ ପାର୍କ ପୁନରୁଦ୍ଧାର ପାଇଁ ୧୦ଟି ଜେସିବି ଏବଂ ୨୦୦କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ୧୨୦ଟି ପାର୍କ ଥିବାବେଳେ ବିଡିଏ ଅଧୀନରେ ୫୭ଟି ଏବଂ ବିଏମ୍‌ସି ଅଧୀନରେ ୬୩ଟି ପାର୍କ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe