ପାର୍ଟପ୍ଲଟ୍‌ ପଞ୍ଜୀକରଣ ପ୍ରସଙ୍ଗ: ୧୮ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

Advertisment

କଟକଣା ବେଳେ ବେଆଇନ ଭାବେ ଜମି କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିବା ବେଳେ ଏବେ ବିଡିଏ ଅଞ୍ଚଳରେ ୧୮ ଜଣ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି।

କଟକଣା ବେଳେ ବେଆଇନ ଭାବେ ଜମି କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିବା ବେଳେ ଏବେ ବିଡିଏ ଅଞ୍ଚଳରେ ୧୮ ଜଣ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି।

dggdcv

ଭୁବନେଶ୍ବର: କଟକଣା ବେଳେ ବେଆଇନ ଭାବେ ଜମି କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ପୂର୍ବରୁ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ସାରିଥିବା ବେଳେ ଏବେ ବିଡିଏ ଅଞ୍ଚଳରେ ୧୮ ଜଣ ଅଧିକାରୀଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି। ପ୍ରାଥମିକ ପର୍ଯ୍ୟାୟରେ ସର୍ବନିମ୍ବ ୧୦୦ ପ୍ଲଟ୍‌ କିଣାବିକା ଅନୁମତି ଦେଇଥିବା ଅଧିକାରୀଙ୍କ ତାଲିକା କରାଯାଇଛି। ଏମାନଙ୍କ ଉପରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରର୍‌ଙ୍କୁ ଏଡିଏମ୍‌ ରିପୋର୍ଟ ତଲବ କରିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିଲେ। ହେଲେ ସେ ଉତ୍ତର ନ ଦେବାରୁ ଆଇଜିଆର୍‌ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏବେ ଖୋର୍ଦ୍ଧ ସମେତ ୧୮ ଜଣ ବର୍ତ୍ତମାନ ଓ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହୋଇଛି। 

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଖୋର୍ଦ୍ଧାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ ଜ୍ଞାନରଞ୍ଜନ ସାହୁ। କଟକଣା ସମୟରେ ସେ ୫୪୮୯ ପ୍ଲଟ୍‌ କିଣାବିକା ଅନୁମତି ଦେଇଛନ୍ତି। ଏହା ପରେ ଅଛନ୍ତି ଜଟଣୀ ସବ୍‌ରେଜିଷ୍ଟ୍ରାର୍‌ ପ୍ରାଚୀ ପ୍ରିୟଦର୍ଶିନୀ। କଟକଣା ସମୟରେ ସେ ୪୧୦୪ ପ୍ଲଟ୍‌ ପାଇଁ ଅନୁମତି ଦେଇଥିବା ଅଭିଯୋଗ ରହିଛି। ଏମାନଙ୍କ ସହ ଖଣ୍ଡଗିରିର ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ମନୋଜ କୁମାର ସେନାପତି (୩୭୪୦), ଜଟଣୀ ସବ୍‌ରେଜିଷ୍ଟ୍ରାର ବିଜ୍ଞେଶ ରଞ୍ଜନ ନାୟକ(୪୧୦୪), ଜଟଣୀ ପୂର୍ବତନ ସବ୍‌ରେଜିଷ୍ଟ୍ରାର ହୃଷୀକେଶ ତ୍ରିପାଠୀ(୧୭୬୫), ବାଲିଅନ୍ତାର ଦୁଇ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଯୋଗୀନାଥ ଦାସ ଓ ସରୋଜ ପଣ୍ଡା, ବାଲିପାଟଣାର ବର୍ତ୍ତମାନ ସବ୍‌ରେଜିଷ୍ଟ୍ରାର୍‌ଙ୍କ ସହ ଦୁଇ ପୂର୍ବତନ ଅଧିକାରୀ, ଖୋର୍ଦ୍ଧାର ୫ ପୂର୍ବତନ ସବ୍‌ରେଜିଷ୍ଟ୍ରାର୍‌ ଏହି ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଏବେ କେତେକ ବଡ଼ବଡ଼ ପଦବିରେ ଥିବାରୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସରକାରଙ୍କ ପାଖରେ ଚାପ ପକାଉଥିବା ଅଭିଯୋଗ ହୋଇଛି। 

ସେହିଭଳି ଅନୁଗୁଳର ପୂର୍ବତନ ସବ୍‌ରେଜିଷ୍ଟ୍ରାର ଦୋଳୋଗୋବିନ୍ଦ ସାହୁଙ୍କ ବିରୋଧରେ ମଧ୍ୟ ଅନୁରୂପ ଅଭିଯୋଗ ରହିଛି। ପଞ୍ଜୀକରଣ ଆଇନ ଉଲ୍ଲଂଘନ କରିଥିବାରୁ ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ତାଙ୍କ ଉତ୍ତର ସନ୍ତୋଷଜନକ ନ ହେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଅନୁଗୁଳ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି। ବ୍ରହ୍ମପୁର-୧ ସବ୍‌ରେଜିଷ୍ଟ୍ରାର୍‌ କବିରାଜ ଆର୍ଯ୍ୟଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଜିଆର୍‌ ଗଞ୍ଜାମ ଏଡିଏମ୍‌ଙ୍କୁ ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ମସିହାରୁ ପାର୍ଟପ୍ଲଟ୍ ପଞ୍ଜୀକରଣ ଉପରେ କଟକଣା ଲାଗିଥିଲା। ଗତ ଡିସେମ୍ବରରେ ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଏହି ବେଆଇନ କାରବାର କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହାକୁ ନେଇ ତନାଘନା ହୋଇଥିଲା। ନୂଆ ସରକାର ଏହାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe