ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ସହ ଚିଠି ବାଧ୍ୟତାମୂଳକ

Advertisment
ହୁ ହୁ ‌ହୋଇ ବଢ଼ୁଛି କରୋନା : ୬ରୁ ରାଜଧାନୀରେ କଟକଣା ବଢ଼ିବ

ଭୁବନେଶ୍ବର : ଯେଉଁ ସରକାରୀ କର୍ମଚାରୀ ଅଫିସ୍ ଯାଉଛନ୍ତି, ସେମାନଙ୍କ ପାଇଁ ପରିଚୟପତ୍ର ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ମିଳିଥିବା ଚିଠି କିମ୍ବା ଇମେଲ ବାଧ୍ୟତାମୂଳକ। ପୁଲିସ ଯାଞ୍ଚ ସମୟରେ ଦୁଇଟି ଯାକ କାଗଜପତ୍ର ଦେଖାଇବା ବାଧ୍ୟତାମୂଳକ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ୩୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ କୁହାଯାଇଛି। ପୂର୍ବରୁ କେବଳ ପରିଚୟପତ୍ର ସାଙ୍ଗରେ ଆଣିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଥିଲା। ୩୦ପ୍ରତିଶତ କର୍ମଚାରୀ ଅଫିସ ଆସିବେ ବୋଲି ନିର୍ଦ୍ଦେଶନାମା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe