ଅପବ୍ୟବହାର କଲେ ଜବତ ହେବ ପାସ୍‌, ବିନା କାରଣରେ ବୁଲିଲେ; ୪୪୬ ଗାଡ଼ି ଜବତ

Advertisment
ଅପବ୍ୟବହାର କଲେ ଜବତ ହେବ ପାସ୍‌, ବିନା କାରଣରେ ବୁଲିଲେ; ୪୪୬ ଗାଡ଼ି ଜବତ

Deccan Herald

ଭୁବନେଶ୍ବର: ତାଲାବନ୍ଦ ସମୟରେ ଜରୁରୀକାଳୀନ ସେବା ସହ ଜଡ଼ିତ ଥିବା ଲୋକଙ୍କୁ ଘରୁ ଅଫିସ୍‌ ଯିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଗାଡ଼ି ପାସ୍‌ ଯୋଗାଇ ଦିଆଯାଇଥିଲା। ତେବେ କିଛି ଲୋକ ଏହାର ଅପବ୍ୟବହାର କରୁଛନ୍ତି। ଏହି ପାସ୍‌ ବ୍ୟବହାର କରି ପରିବା, ମାଛ, ଦୋକାନ ସଉଦା ଓ ବନ୍ଧୁବର୍ଗଙ୍କୁ ନବାଆଣିବା କରୁଛନ୍ତି। ଏଭଳି ଘଟଣା ନଜରକୁ ଆସିବା ପରେ କଡ଼ା ଚେତାବନୀ ଦେଇଛନ୍ତି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ଟ୍ବିଟ୍‌ କରି ସେ କହିଛନ୍ତି, ପାସ୍‌ର ଅପବ୍ୟବହାର ନଜରକୁ ଆସିଲେ ପାସ୍‌ ଜବତ ହେବ। କୌଣସି ପରିସ୍ଥିତିରେ ଘରୁ ଅଫିସ୍ ଛଡ଼ା ପାସ୍‌କୁ ଅନ୍ୟ ବ୍ୟକ୍ତିଗତ କାମରେ ଲଗା ଯାଇପାରିବ ନାହିଁ। ଜବତ ପରେ ବିନା ପାସ୍‌ରେ ଅଫିସ୍‌ ମଧ୍ୟ ଯାଇପାରିବେ ନାହିଁ। ଏଣୁ ଏଭଳି ଅପବ୍ୟବହାର କରନ୍ତୁ ନାହିଁ ବୋଲି କମିସନର୍‌ ପରାମର୍ଶ ଦେଇଛନ୍ତି।

ଭୁବନେଶ୍ବର: କୋଭିଡ୍‌-୧୯ ମୁକାବିଲା ପାଇଁ ପୂରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ହେଲେ କେତେକ ଏହାକୁ ଗୁରୁତ୍ବର ସହ ନେଉ ନାହାନ୍ତି। ବିନା କାରଣରେ ବାଇକ୍‌ ଧରି ସହର ବୁଲୁଛନ୍ତି। ଗତକାଲି ଏଭଳି ୪ଶହରୁ ଊର୍ଦ୍ଧ୍ବ ବାଇକ୍‌ ଭୁବନେଶ୍ବରରୁ କମିସନରେଟ୍‌ ପୁଲିସ ଜବତ କରିଥିବା ବେଳେ ଆଜି ୪୪୬ବାଇକ୍‌ ଜବତ କିରିଛି। ଏହାଛଡ଼ା ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଛି। ପୂର୍ବରୁ ସଂଶୋଧିତ ମୋଟର ଯାନ ଆଇନ ବଳରେ ଜବତ ହେଉଥିବା ଗାଡ଼ି ଜରିମାନା କରାଯାଇ ଛାଡ଼ି ଦିଆଯାଉଥିଲା। ଏବେ ଏହି ତାଲା ବନ୍ଦ ସମୟରେ ଗାଡ଼ିଗୁଡ଼ିକ ମହାମାରୀ ଆଇନ ବଳରେ ଜବତ ହେଉଛି। ଏଣୁ ଜରିମାନା ବଳରେ ଛଡ଼ା ଯାଇପାରିବ ନାହିଁ। ଗାଡ଼ିଗୁଡ଼ିକ କୋର୍ଟ ଚାଲାଣ କରାଯିବ। ଆଗକୁ ଏହି କାର୍ଯ୍ୟାନୁଷ୍ଠାନ ଜୋରଦାର୍‌ ହେବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe