ବିମାନଯାତ୍ରୀଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ

Advertisment
ବ୍ରିଟେନର ନିଷ୍ପତ୍ତି ପରେ ନରମିଲା ଭାରତ, ହଟାଇଲା ୧୦ ଦିନ ସଙ୍ଗରୋଧ ନିୟମ

Deccan Herald

ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ଦିନେ ଦିନେ ହଠାତ୍‌ ବଢ଼ୁଛି। ଏପରିକି ବାହାର ରାଜ୍ୟରୁ ଆସୁଥିବା କିଛି ଯାତ୍ରୀ କରୋନା ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଚିହ୍ନଟ କରିବା ବେଳକୁ ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି। ତେଣୁ ରାଜଧାନୀରେ ଯେପରି କରୋନା ଅଣାୟତ୍ତ ନହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ କଟକଣା କଡ଼ାକଡ଼ି କରାଯାଇଛି। ଏଣିକି ବିମାନରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯିବା ସହ ନାମ, ଠିକଣା ଓ ମୋବାଇଲ୍‌ ନମ୍ବର ପଞ୍ଜୀକରଣ ହେବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ବିମାନବନ୍ଦରରେ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଟିମ୍ ମୁତୟନ କରାଯିବ। ଯେଉଁ ଯାତ୍ରୀ ବିମାନରେ ଆସୁଥିବେ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ନାମ ପଞ୍ଜୀକରଣ କରାଯିବ। ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କର ଆର୍‌ଟିପିସିଆର୍‌ ପରୀକ୍ଷା କରିବାକୁ କୁହାଯିବ। ଯଦି ବି କେହି ନ କରନ୍ତି ତେବେ ୭ଦିନ ସଙ୍ଗରୋଧରେ ରହିବାକୁ କୁହାଯିବ। ଏହାବାଦ୍ ବିମାନରେ ଆସୁଥିବା ଯାତ୍ରୀ ଯଦି ପରେ କୋଭିଡ୍‌ ଆକ୍ରାନ୍ତ ହୁଅନ୍ତି, ତେବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ। ଯଥାସମ୍ଭବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ କିମ୍ବା ସଙ୍ଗରୋଧରେ ରଖାଯିବ। ଏହାଦ୍ବାରା ସ୍ଥାନୀୟ ସଂକ୍ରମଣ ବଢ଼ିବନି।

ସୂଚନାଯୋଗ୍ୟ ଯେ, ବିମାନରେ ଦୈନିକ ପ୍ରାୟ ୪ହଜାର ଯାତ୍ରୀ ଆସୁଥିବାବେଳେ କେହି ବି କୋଭିଡ ପରୀକ୍ଷା କରନୁାହାନ୍ତି। ଏପରିକି ଥର୍ମାଲ୍ ସ୍କ୍ରିନିଂ ସମୟରେ ଯାତ୍ରୀଙ୍କର କରୋନା ଲକ୍ଷଣ ଥିବା ଜଣାପଡ଼ୁଥିଲେ ବି ଯାତ୍ରୀ କୋଭିଡ କରୀକ୍ଷା କରୁନାହାନ୍ତି। କିଛି ଦିନ ପରେ କରୋନା ଆକ୍ରାନ୍ତ ହେଉଛନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ସମସ୍ତ ଯାତ୍ରୀଙ୍କର ନାମ ପଞ୍ଜୀକରଣ କରିବା ନେଇ ନିଷ୍ପତ୍ତି ହୋଇଛି।

ସେହିପରି ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ଭୁବନେଶ୍ବର ରେଳ ଷ୍ଟେସନରେ ପଞ୍ଜୀକରଣ ଓ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହେବ। ଆବଶ୍ୟକସ୍ଥଳେ ବିମାନବନ୍ଦର ଭଳି ସମସ୍ତ ବାହାର ରାଜ୍ୟର ଯାତ୍ରୀଙ୍କର ନାମ ପଞ୍ଜୀକରଣ କରାଯିବ। ଷ୍ଟେସନରେ ଆର୍‌ଟିପିସିଆର୍ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବାର ଯୋଜନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe