କରୋନା ପ୍ରଭାବ : ପାସ୍‌ପୋର୍ଟ ଆବେଦନ ଦୁଇ-ତୃତୀୟାଂଶ କମିଲା

Advertisment

ପର୍ଯ୍ୟଟନ, ଉଚ୍ଚଶିକ୍ଷା ପ୍ରଭାବିତ

ପର୍ଯ୍ୟଟନ, ଉଚ୍ଚଶିକ୍ଷା ପ୍ରଭାବିତ

ପେପରଲେସ୍‌ ପାସ୍‌ପୋର୍ଟ ଭେରିଫିକେସନ୍, ୫ ଥାନାକୁ ମିଳିଲା ଟାବ୍‌ଲେଟ୍‌

Business Today

ଭୁବନେଶ୍ବର : ମହାମାରୀ କରୋନା ପାଇଁ ବିଦେଶ ଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ କଟକଣା ସହିତ କରୋନା ସମୟରେ ବିଦେଶ ଯିବା‌କୁ ଲୋକଙ୍କ ଭିତରେ ଆଗ୍ରହ ନଥିବାରୁ ପାସ୍‌ପୋର୍ଟ ପ୍ରସ୍ତୁତି ଆଶାତୀତ ଭାବରେ ହ୍ରାସ ପାଇଛି। ପୂର୍ବ ବର୍ଷ ତୁଳନାରେ ପ୍ରାୟ ଦୁଇ ତୃତୀୟାଂଶ ପାସ୍‌ପୋର୍ଟ ଆବେଦନ କମିଥିବା ଆକଳନ କରାଯାଉଛି। ଗତ ଦୁଇ ବର୍ଷର ହିସାବ ଦେଖିଲେ, ଆବେଦନ ସଂଖ୍ୟା ହ୍ରାସ ଚିତ୍ର ଜଳଜଳ ହୋଇ ଦିଶି ଯାଉଛି।

ଭୁବନେଶ୍ବରରେ ୨୦୧୯ ମାର୍ଚ୍ଚରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୧୭,୬୮୬ଟି ପାସ୍‌ପୋର୍ଟ ଆବେଦନ ହୋଇଥିଲା। ୨୦୨୦ ମସିହାର ଏହି ଅବଧି (ମାର୍ଚ୍ଚରୁ ଡିସେମ୍ବର) ମଧ୍ୟରେ ୫ ହଜାର ୯୧୬ଟି ଆବେଦନ ହୋଇଛି। ଅର୍ଥାତ୍ ପାଖାପାଖି ୧୨ ହଜାର ଆବେଦନ କମିଛି। ହିସାବ ଅନୁସାରେ, ୨୦୧୯ ତୁଳନାରେ ୨୦୨୦ର ପାସ୍‌ପୋର୍ଟ ଆବେଦନ ସଂଖ୍ୟା ଏକ ତୃତୀୟାଂଶରୁ ମଧ୍ୟ କମ୍‌ ରହିଛି। ବିଦେଶ ଯାତ୍ରା ଉପରେ କଟକଣା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତା’ ଛଡ଼ା ବିଦେଶରେ କରୋନା ଭୟ ଅଧିକ ଥିବା ଆଶଙ୍କା କରି ଅନେକ ବିଦେଶ ଯାତ୍ରା କରିବାକୁ ମନ କରୁନାହାନ୍ତି। ଫଳରେ ଉଚ୍ଚଶିକ୍ଷା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିବାକୁ ଥିବା ଛାତ୍ରଛାତ୍ରୀମାନେ ବିଦେଶ ଯିବାକୁ ସାହସ କରୁ ନଥିବା ବେଳେ ଅଭିଭାବକମାନେ ମଧ୍ୟ ସେମାନଙ୍କୁ ଛାଡ଼ିବାକୁ ଚାହି ନାହାନ୍ତି। ଫଳରେ ଭୁବନେଶ୍ବର‌ରେ ପାସ୍‌ପୋର୍ଟ ଆବେଦନ ସଂଖ୍ୟା କମିଛି।

ସେହିଭଳି ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଗତବର୍ଷ ଜାନୁଆରିରୁ ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟନ କ୍ଷେତ୍ରରେ ପାସ୍‌ପୋର୍ଟ ଆବେଦନ ସଂଖ୍ୟା ୨୦ ହଜାରରୁ ବେଶି ଥିଲା। ୨୦ ହଜାର ଆବେଦନ ମଧ୍ୟରୁ ୭୦ ପ୍ରତିଶତ ଅର୍ଥାତ୍‌ ପାଖାପାଖି ପ୍ରାୟ ୧୪ହଜାର ଆବେଦନକାରୀ ମାଲେସିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ନେପାଳ ପ୍ରଭୃତି ଦେଶକୁ ଭ୍ରମଣ କରିବାକୁ ପସନ୍ଦ କରିଥିଲେ। ଚଳିତବର୍ଷ ଏହି ସୁଯୋଗ ନଥିଲା। କରୋନା ପାଇଁ ବିଦେଶ ଯାତ୍ରା ଉପରେ ବାରଣ ଥିବାରୁ ପାସ୍‌ପୋର୍ଟ ପାଇଁ କେହି ଗୁରୁତ୍ବ ଦେଇନାହାନ୍ତି। ୨୦୨୦ ଜାନୁଆରିରୁ ପାସ୍‌ପୋର୍ଟ ଆବେଦନ ପୂର୍ବବତ୍‌ ଜାରି ରହିଥିଲା। ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ଆବେଦନ ୩ ହଜାରରୁ ଊର୍ଦ୍ଧ୍ବ ରହିଥିଲା। କରୋନା ବାବଦରେ ସୂଚନା ପାଇ ନଥିବା ଆବେଦନକାରୀ ବିଦେଶ ଗସ୍ତ ଯୋଜନା ମୁତାବକ ପାସ୍‌ପୋର୍ଟ ପାଇଁ ଆବେଦନ କରିଥିଲେ। ହେଲେ ମାର୍ଚ୍ଚ ପରଠାରୁ କରୋନା କଟକଣା ଆରମ୍ଭ ହୋଇଯିବାରୁ ଆଉ ଆବେଦନ ହୋଇନଥିଲା। ଜାନୁଆରିରୁ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିବା ଆବେଦନ ସ୍ବୀକୃତି ପାଇ ପାଖାପାଖି ଦେଢ଼ ହଜାର ପାସ୍‌ପୋର୍ଟ ମାର୍ଚ୍ଚରୁ ମେ’ ଭିତରେ ଲୋକଙ୍କ ପାଖରେ ପହଞ୍ଚିଥିଲା। ମାର୍ଚ୍ଚ ପରେ କିନ୍ତୁ ଆବେଦନ ସଂଖ୍ୟା କମିବାରେ ଲାଗିଥିଲା। ପାସ୍‌ପୋର୍ଟ ଆବେଦନର ପରିସଂଖ୍ୟାନକୁ ବିଚାରକୁ ନେଲେ, ପୂର୍ବରୁ ମୋଟ ଆବେଦନର ୭୦ ପ୍ରତିଶତ ଭ୍ରମଣ ଉଦ୍ଦେଶ୍ୟରେ ଥିବା ବେଳେ ଉଚ୍ଚଶିକ୍ଷା ଉଦ୍ଦେଶ୍ୟରେ ୨୦ ପ୍ରତିଶତ ପାସ୍‌ପୋର୍ଟ ଆବେଦନ ରହୁଥିଲା। ୨୦୨୦ ମସିହାରେ ଉଚ୍ଚଶିକ୍ଷା ପାଇଁ ପାସ୍‌ପୋର୍ଟ ଆବେଦନ ସଂଖ୍ୟା ୧ ହଜାରରୁ କମ୍‌ ରହିଛି।

publive-image TravelTriangle

ଖେଳୁଛି ପୁଲିସ
ପାସ୍‌ପୋର୍ଟ ଆବେଦନକାରୀ ନାମରେ ମାମଲା ରହିଛି କି ନାହିଁ, ସେ ନେଇ ସମ୍ପୃକ୍ତ ଥାନା ଏକ ଏନ୍‌ଓସି ପ୍ରଦାନ କରିଥାଏ। ଏହି ଏନ୍‌ଓସି ମିଳିବା ପରେ ପାସ୍‌ପୋର୍ଟ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଏନ୍‌ଓସି ପ୍ରଦାନରେ ପୁଲିସ ବିଳମ୍ବ କରୁଥିବାରୁ ଅନେକ ଲୋକଙ୍କୁ ପାସ୍‌ପୋର୍ଟ ପାଇବାରେ ବିଳମ୍ବ ହୋଇଥାଏ। ଫଳରେ ଆବେଦନକାରୀ ଉପଯୁକ୍ତ ସମୟରେ ବିଦେଶ ଯାତ୍ରା କରିପାରନ୍ତି ନାହିଁ। ଏଭଳି ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏହି ଏନ୍‌ଓସି ପ୍ରଦାନର ଅବଧି ଘୋଷଣା କରିଥିଲେ। ଓଡ଼ିଶା ଲୋକସେବା ଅଧିକାର ଅଧୀନରେ ପୁଲିସ ଭେରିଫିକେସନ୍‌ ବ୍ୟବସ୍ଥାକୁ ସାମିଲ କରିଥିଲେ। ଘୋଷଣା ମୁତାବକ, ପାସ୍‌ପୋର୍ଟ ଭେରିଫିକେସନ୍‌ ପାଇଁ ପୁଲିସ୍‌ ସର୍ବାଧିକ ୧ ମାସ ସମୟ ନେବ। ଏହି ଅବଧିରୁ ବେଶି ସମୟ ନେଲେ, ସମ୍ପୃକ୍ତ ଥାନା ଅଧିକାରୀ ଦଣ୍ଡିତ ହେବେ। ଏଭଳି ବିଳମ୍ବ ପାଇଁ ପୁଲିସ ଅଧିକାରୀଙ୍କୁ ୨୫୦ଟଙ୍କାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ। ତଥାପି ପୁଲିସ ଭେରିଫିକେସନ୍‌ ପାଇଁ ଆବେଦନପତ୍ର ମାସ ମାସ ଧରି ଥାନାରେ ପଡ଼ି ରହୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe